ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ! ନବଜାତ ଶିଶୁ କନ୍ୟା ଜନ୍ମ ଦେଇ ମା’ ଆର ପାରିରେ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ! ନବଜାତ ଶିଶୁ କନ୍ୟା ଜନ୍ମ ଦେଇ ମା’ ଆର ପାରିରେ

 ମୟୂରଭଞ୍ଜ – ୨୨/୦୫ —  ସରକାର ମାତୃ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ କେଉଁଠି ନା କେଉଁଠି ସଠିକ୍ ରୂପାୟନ ଫେଲ ମାରିବା ଯୋଗୁଁ ପ୍ରସୂତି ମହିଳା ହେଉ ଅବା ଶିଶୁ ମୃତ୍ୟୁ ର ଶିକାର ହେଉଛନ୍ତି ।

 ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ।ଗତ ୧୯ ତାରିଖ ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ବଡ଼ ଝରଣ ପଞ୍ଚାୟତ ମଦନଶିଳା ଗ୍ରାମର ଶଙ୍କର ନାଏକ ତାଙ୍କ ସ୍ତ୍ରୀ ନନ୍ଦୀ ନାୟକଙ୍କୁ ପ୍ରସବ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।୨୦ ତାରିଖ ଦିନ ସକାଳେ ନନ୍ଦୀ ଏକ ସୁସ୍ଥ ଶିଶୁ କନ୍ୟା ଜନ୍ମ ଦେବା ସହ ଗୁରୁତର ଅସୁସ୍ଥ ହୋଇଥିଲେ ।

୨୧ ତାରିଖ ଦିନ ପ୍ରସୂତି ମହିଳା ଜଣକ ଗୁରୁତର ଅସୁସ୍ଥ ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ଏହାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୫ ରୁଜୁ କରାଯିବା ସହ ପ୍ରସୂତି ମହିଳାଂକୁ ଶବ ବ୍ୟବଚ୍ଛେଦ କରାଇ ପୋଲିସ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ନିଜର ପତ୍ନୀକୁ ହରାଇ ଶଙ୍କର ଦୁଃଖରେ ଭାଙ୍ଗି ପଡିଛନ୍ତି ।ଡାକ୍ତରଖାନାରେ ଡାକ୍ତର ଓ ନର୍ସ ମାନେ ଶିଶୁଟିର ଯତ୍ନ ନେଉଛନ୍ତି । ଆଗକୁ ଶିଶୁଟିର ଦେଖାଭାଲ ଏବଂ ଯତ୍ନ କିଏ ନେବ ତାହାକୁ ନେଇ ମା’ ଛେଉଣ୍ଡ ଶିଶୁର ବାପା ମୁଣ୍ଡରେ ହାତ ଦେଇ ଵସିଛି । ସାମାଜିକ କର୍ମୀ ମାନେ ମୃତକଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାପାଇଁ ଅନୁରୋଧ କରୁଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

Sunil Chandra Nayak

ଵହଳଦାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

masiha

ଡାବୁଗାଁରେ ବ୍ଲକ ସ୍ତରୀୟ କ୍ରିଡା ମହୋତ୍ସବ 

masiha

Leave a Comment

error: Content is protected !!