ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସକ୍ଷମ ନୃତ୍ୟ ଏକାଡେମୀ’ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସକ୍ଷମ ନୃତ୍ୟ ଏକାଡେମୀ’ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସକ୍ଷମ’ ଆହୁରି ସକ୍ଷମ ହେଉ 

ଭବାନୀପାଟଣା, ୦୫।୦୬  କଳାହାଣ୍ଡିର ଅଗ୍ରଣୀ ନୃତ୍ୟାନୁଷ୍ଠାନ ‘ସକ୍ଷମ ନୃତ୍ୟ ଏକାଡେମୀ’ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସକ୍ଷମ ନୃତ୍ୟ ଏକାଡେମୀ’ର ସଭାପତି ଲିପ୍ସାରାଣୀ ବାରିକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର, ସମ୍ମାନିତ ଅତିଥି ଭାବେ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଦେବେନ୍ଦ୍ର ବିଶି, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ, ଗବେଷକ ତଥା ନାଟ୍ୟକାର ପରମେଶ୍ବର ମୁଣ୍ଡ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। “ସକ୍ଷମ ନୃତ୍ୟ ଏକାଡେମୀ” ବର୍ତ୍ତମାନ କଳାହାଣ୍ଡି ନୃତ୍ୟ କ୍ଷେତ୍ରରେ ବାର୍ତ୍ତାବହ ସାଜିଛି।ଏହି ସକ୍ଷମ ଆହୁରି ସକ୍ଷମ ହେଉ ବୋଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଗଣ ଏଭଳି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଯୁବ ମଞ୍ଚ ଉଦଘୋଷକ ଆଲୋକ କୁମାର ସାହୁ। ଏହି ଅବସରରେ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ନୃତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଦସ୍ୟ ସୌମ୍ୟ ରଂଜନ ଜେନା, ନମିତା ମିଶ୍ର, ଅର୍ଚ୍ଚିତା ବାରିକ, ପ୍ରିୟଙ୍କା ପ୍ରଧାନ, ଉମାକାନ୍ତ ସାହୁ, ରବି କୁମାର ସେଠୀ ପ୍ରମୂଖ ସହଯୋଗ କରିଥିଲେ। ଏଥିରେ କଳାହାଣ୍ଡିର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, କଳାକାର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। 

( ମ ନି ସ ) 

Related posts

ଡାକଘର ବିଧେୟକ ୨0୨୩ ରେ ପୋଷ୍ଟ ଅଫିସ ବିଲ କୁ ସମର୍ଥନ କରି ଜିଡିଏସ୍ ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ ସାଂସଦ ଶ୍ରୀ ନିରଂଜନ ବିଶି

masiha

ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୂଆକୁ ଧ୍ଵଂସ କରିବା ବନ୍ଦ କର – ଏ ଆଇ ଡି ଏସ୍ ଓ

Sunil Chandra Nayak

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

masiha

Leave a Comment

error: Content is protected !!