ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ପିତୃ ବିୟୋଗ 

ସାମ୍ବାଦିକ ଙ୍କ ପିତୃ ବିୟୋଗ 

କାମାକ୍ଷାନଗର (ମନିସ)୬/୬/୨୫ — କାମାକ୍ଷାନଗର ବ୍ଲକ ନୀଳମାଧବପୁର ଗ୍ରାମ ନିବାସୀ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବୁଦ୍ଧିମନ୍ତ ବିଶ୍ୱାଳ (୮୪) ଙ୍କ ପରଲୋକ ହୋଇ ଯାଇଛି l କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାପରେ ନିଜ ବାସଭବନ ରେ ତାଙ୍କର ବିୟୋଗ ହୋଇଛି l ଦୀର୍ଘବର୍ଷ ଧରି କାମାକ୍ଷାନଗର ସହର ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ କାର୍ଯ୍ୟ କରି ଲୋକ ଙ୍କ ଆସ୍ଥାଭାଜନ ହୋଇପାରିବl ସହ ଜଣେ ଅମାୟିକ, ମେଳାପୀ ଓ ଭାଗବତ ପ୍ରେମୀ ଭାବ ରେ ସେ ଜଣାଶୁଣା ଥିଲେ l ତେବେ ଗ୍ରାମ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ମୃତ୍ୟୁ ଖବର ଶୁଣି କାମାକ୍ଷାନଗର ଓକିଲ ସଙ୍ଘ, ସାମ୍ବାଦିକ ସଙ୍ଘ ର କର୍ମକର୍ତ୍ତା, ସ୍ଥାନୀୟ ବାସିନ୍ଦା ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିବା ବେଳେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ଚାରି ପୁଅ, ବୋହୂ, ଝିଅ, ଜ୍ୱାଇଁ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିବାବେଳେ ପୁଅ ତଥା ସାମ୍ବାଦିକ ବିମଳ ବିଶ୍ୱାଳ ମୁଖାଗ୍ନି ପ୍ରଦାନ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପ ଦାନ ସହ ଶ୍ରଦ୍ଧାଞ୍ଜଳି

ଡିସୈାଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ 

masiha

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ

Sunil Chandra Nayak

Leave a Comment

error: Content is protected !!