ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦାରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ,ଅପମିଶ୍ରିତ ଖାଦ୍ୟ ଏବଂ ବିଷାକ୍ତ ମାଦକ ଦ୍ରଵ୍ଯ ବିରୋଧରେ ସଚେତନତା ରଥ ଗଡିଲା

ଵହଳଦାରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ,ଅପମିଶ୍ରିତ ଖାଦ୍ୟ ଏବଂ ବିଷାକ୍ତ ମାଦକ ଦ୍ରଵ୍ଯ ବିରୋଧରେ ସଚେତନତା ରଥ ଗଡିଲା

ମୟୂରଭଂଜ – ୦୯-୦୬-୨୦୨୫  —  ଆଜି ପୂର୍ବାହ୍ନ ୯.୦୦ ଘଟିକା ସମୟରେ ଜିଲ୍ଲା ଅବକାରୀ ବିଭାଗ, ମୟୁରଭଞ୍ଜ ଆନୁକୂଲ୍ୟରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ *”ନିଶା ନୁହେଁ ଜୀବନ”* ଉପରେ ଆଧାରିତ ଏକ ସଚେତନତା ରଥର ପରିକ୍ରମା ବହଳଦା ଅବକାରୀ ଥାନାରୁ ଶୁଭାରମ୍ଭ ହୋଇ ବହଳଦା ବଜାର ଅଞ୍ଚଳରେ ପରିକ୍ରମା କରିଛି । ଉକ୍ତ ସଚେତନତା ଅଭିଯାନରେ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀଙ୍କ ସହିତ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର, ବହଳଦା ଥାନା ଉପ-ନିରୀକ୍ଷକ ଅନନ୍ତ କୁମାର ଦାସ, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି , କନେଷ୍ଟବଳ ସୁରେନ୍ଦ୍ର ସୋରେନ, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ବହଳଦା ଥାନା ଷ୍ଟାଫ୍ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସାମିଲ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ” ଛତୁଚାଷ ପାଇଁ ସମନ୍ବିତ ପଦ୍ଧତି ” ଦୁଇଦିନିଆ କର୍ମଶାଳା 

Sunil Chandra Nayak

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

masiha

Leave a Comment

error: Content is protected !!