ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ 

ନବରଙ୍ଗପୁର ଜିଲ୍ଲାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ 

ନବରଙ୍ଗପୁର:( ତା ୧୨.୬.୨୦୨୫)(ରବି ନାରାୟଣ ମହାନ୍ତି) ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ ମେଳା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି” ବର୍ଷ ଏକ ଉପଲବ୍ଧି ଅନେକ” ର ସଚେତନତା ବାର୍ତ୍ତା ଦେଇ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଆଜି ଦିବା ୧୧.୩୦ ମି ସମୟରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପଦ , ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ରହି ନବରଙ୍ଗପୁର ବିକାଶ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହା ପୂର୍ବରୁ ଆଭାସି ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟ ଏବଂ ବିକାଶ ବାହନ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସମସ୍ତେ ଦେଖିଥିଲେ।ଜିଲ୍ଲାର ସମସ୍ତ ବ୍ଲକ,ପଂଚାୟତ,ପୌରାଞ୍ଚଳ ରେ ୧୦ ଟି ବିକାଶ ବାହନ ଯାତ୍ରା କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଜନ ସଚେତନତା ସୃଷ୍ଟି କରିବ।ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷ ରେ ରାଜ୍ୟ ସରକାର ଦ୍ବାରା ବିକଶିତ ଗାଁ ବିକଶିତ ଓଡ଼ିଶା,ଆୟୁଶ୍ମାନ ଭାରତ ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ , ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ସୁଭଦ୍ରା ଯୋଜନା,ଲକ୍ଷପତି ଦିଦି, ମୁଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା, ସରକାରୀ ଚାକିରୀ ବୟସ ସୀମା ୪୨ କୁ ବୃଦ୍ଧି, ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ, ସମୃଦ୍ଧ କୃଷକ ଯୋଜନା,ଶୀତଳ ଭଣ୍ଡାର,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୂଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଅନେକ ଯୋଜନାର ଜନ ସଚେତନତା ସୃଷ୍ଟି ପାଇଁ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହେବ।ଏଥି ସହିତ ବିଭିନ୍ନ ବିଭାଗୀୟ ସ୍କୀମ ର ଜନ ସଚେତନତା ରଥ ମଧ୍ୟ ଜିଲ୍ଲାରେ ଗଡିବ ଓ ସଚେତନତା ସୃଷ୍ଟି କରିବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଐତିହାସିକ ପୋଡାଗଡ଼ ମଣ୍ଡେଇ ଉଦଯାପିତ   

Sunil Chandra Nayak

ସାନ ଚେରଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

Sunil Chandra Nayak

ଓଡ଼ିଆ ରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!