ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା 

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା 

ରାଉରକେଲା: ୧୨.୦୬.୨୦୨୫ : ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ରାଉରକେଲା ମହାନଗର ନିଗମ ଅଂଚଳ, ଲାଠିକଟା ବ୍ଲକ ବିଭିନ୍ନ ପଂଚାୟତ ପରିକ୍ରମା କରି ଜନ ସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଗଲା । ଏହି ରଥକୁ ପାନପୋଷ ଉପଜିଲ୍ଲାପାଳବିଜୟ କୁମାର ନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୁନିତା କିସାନ ବିଭିନ୍ନ ଏନଜିଓ ଆଦି କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତ ଥିଲେ l ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ, ବାଣିଜ୍ୟ ସଂସ୍ଥା ଓ ଜନ ବହୁଳ ସ୍ଥାନ ଗୁଡିକରେ ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ତଥା ଶିଶୁ ମାନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନରେ ଦଣ୍ଡବିଧାନର ପ୍ରାବଧାନ ସମ୍ପର୍କରେ ସର୍ବ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉଦ୍ଧିଷ୍ଟ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାବାଳକ ଭାଇ ଓ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ତ୍ରିଶକ୍ତି ଫାଉଣ୍ଡେସନ 

masiha

ଏଓଏସସିଅଫ ଓ ଏମବିଏମଏମ କଳାହାଣ୍ଡି ପକ୍ଷରୁ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଉଦ୍ଧେଶ୍ୟ ରେ ଦାବି ପତ୍ର

Sunil Chandra Nayak

ଶିକ୍ଷ୍ୟା ହିଁ ଯୁବପୀଢ଼ିଙ୍କୁ ଉର୍ଜା ଦେଇଥାଏ ସାମାଜିକ ଉତ୍ଥାନ ପାଇଁ

Sunil Chandra Nayak

Leave a Comment

error: Content is protected !!