ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନାଗାର ରେ ବଜ୍ରାଘାତ ଘଟି ୫ ଗୁରୁତର

କାମାକ୍ଷାନାଗାର ରେ ବଜ୍ରାଘାତ ଘଟି ୫ ଗୁରୁତର

କାମାକ୍ଷାନଗର (ମନିସ)15/6/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ପାଖ କପାଖୁଣ୍ଟି ପାହାଡ଼ରୁ ବୁଢା ଲିଙ୍ଗ ଠାକୁର ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟି ୫ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ମାନେ ତୁମୁସିଙ୍ଗା ଥାନା ବାରୁଆଁ ଗାଁ ଶବର ସାହିର ବିକାଶ ପଧାନ, କ୍ରିଷ୍ଣା ଦେହୁରୀ, ଆଦିତ୍ୟ ନାହାକ, ଜିତେନ୍ଦ୍ର ଦେହୁରୀ ଓ ବିଶ୍ୱଜିତ ଭୂତିଆ। ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆଜି ରଜ ସଂକ୍ରାନ୍ତି ଥିବାରୁ କପାଖୁଣ୍ଟି ପାହାଡ଼କୁ ବାରୁଆଁ ଗାଁର ୬ ଜଣ ବ୍ୟକ୍ତି ବୁଢା ଲିଙ୍ଗ ଦର୍ଶନ କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଆକାଶ ପ୍ରଧାନ ଦର୍ଶନ ସାରି ଘରକୁ ଫେରି ଆସିଥିଲେ। ଅନ୍ୟ ୫ ଜଣ ବର୍ଷା ହେବା କାରଣରୁ ପଥର ଖୋଲ ଭିତରେ ରହି ଯାଇଥିଲେ। ତେବେ ସେଠାରେ ବଜ୍ରାଘାତ ହେବାରୁ ସମସ୍ତେ ଗୁରୁତର ହୋଇଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!