ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପନୀ ସମାରୋହ ରେ ଅନୁଷ୍ଠିତ 

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପନୀ ସମାରୋହ ରେ ଅନୁଷ୍ଠିତ 

କେନ୍ଦ୍ରାପଡ଼ା,୧୮/୦୬: ବର୍ଷ ଏକ ଉପଲବ୍ଧି ଅନେକ। ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଉପଲବ୍ଧିକୁ ଲୋକଙ୍କ ପାଖକୁ ପହଁଞ୍ଚାଇବା ଉଦ୍ଦେଶ୍ୟ ନେଇ ଗତ ୧୨ ତାରିଖ ଠାରୁ ଆୟୋଜିତ ହେଉଥିବା ବିକାଶ ମେଳା କାର୍ଯ୍ୟକ୍ରମର ଶେଷ ଦିନରେ ଜିଲ୍ଲା ପ୍ରଭାରୀ ତଥା ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଛନ୍ତି | ପୂର୍ବାହ୍ନରେ ମାଉସୀ ମା ମନ୍ଦିର ନିକଟରେ ଆୟୋଜିତ ହେଉଥିବା ବିକାଶ ମେଳା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ମଞ୍ଚାସୀନ ଥିଲେ । ବିକାଶ ମେଳା କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ପ୍ରସ୍ତୁତ କରିଥିବା ବର୍ଷକର ଶ୍ୱେତପତ୍ର ପୁସ୍ତକ ମାନ୍ୟବର ମନ୍ତ୍ରୀ ଉନ୍ମୋଚନ କରିଥିଲେ।କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଓ ଓଡିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ପରେ ବିକାଶ ମେଳା ଜରିଆରେ ଲୋକଙ୍କ ପାଖକୁ ସଫଳତାର ଉପଲବ୍ଧି ଜଣେଇବାକୁ ଆସିଥିବା ମନ୍ତ୍ରୀ କହିଛନ୍ତି | ଡବଲ ଇଞ୍ଜିନ ସରକାର ଯାହା ପ୍ରତିଶୃତି ଦେଇଛନ୍ତି ତାକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି | ବିକଶିତ ଭାରତ ଓ ବିକଶିତ ଓଡିଶା ଲକ୍ଷ୍ୟକୁ ପୁରଣ କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ,ସାଂସ୍କୃତିକ ପର୍ଯ୍ୟଟନର ବିକାଶ, ଅତ୍ୟାଧୂନିକ ଖେଳ ପଡିଆ, ଜାତୀୟ ଶିକ୍ଷା ନୀତି ସମେତ ଅନ୍ୟ ସମସ୍ତ କ୍ଷେତ୍ରର ବିକାଶ ନିମନ୍ତେ ଓଡିଶା ସରକାର କାର୍ଯ୍ୟ କରୁଛନ୍ତି | ଆପଣ ମାନଙ୍କ ପାଇଁ ଡବଲଇଞ୍ଜିନ ସରକାର ଗଠନ ହେଇପାରିଛି | ଆମେ ଆପଣ ମାନଙ୍କୁ ପ୍ରତିଶୃତି ଦେଇଛୁ | ବର୍ଷକ ଭିତରେ ଆମେ ପାଳନ କରିଛୁ | କିନ୍ତୁ ରାସ୍ତା ଲମ୍ବା ଅଛି ଆମକୁ ଆହୁରି ବହୁତ କାମ କରିବାକୁ ପଡିବ ସେଥିପାଇଁ ଆପଣ ମାନଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ | କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରଙ୍କ ତରଫରୁ ଅନେକ ପ୍ରକଳ୍ପ ହାତକୁ ନିଆଯାଉଛି | ଆପଣ ମାନେ ଆଉ ଅଳ୍ପ ଦିନ ମଧ୍ୟରେ ଜାଣିପାରିବେ | ସେଥିପାଇଁ ଆପଣ ମାନଙ୍କ ବିଶ୍ୱାସ ଓ ଆଶୀର୍ବାଦ ଥାଉ | ଆମ ସରକାର କଥା ଦେଇ କଥା ରଖି ଲୋକଙ୍କ ହିତପାଇଁ କାମ କରେ | ଆମ ସରକାର ଲୋକଙ୍କ ସରକାର , ଆମେ ଲୋକଙ୍କ ପାଖକୁ ପହଂଚି ସମାଧାନର ବାଟ କାଢୁ | ଆମେ ଆଗକୁ ମଧ୍ୟ କାର୍ଯ୍ୟ ଜାରି ରଖିବୁ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି | ଶେଷରେ ମାନ୍ୟବର ମନ୍ତ୍ରୀ ଅନ୍ତ୍ୟଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିବା ବେଳେ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା, ନୂତନ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ। ଜିଲ୍ଲା ସ୍ତରୀୟ ଆୟୋଜିତ ହୋଇଥିବା ଶୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ତିନି ଗୋଷ୍ଠୀକୁ ପୁରସ୍କାର ପ୍ରଦାନ କରିଥିଲେ।

କେନ୍ଦ୍ରାପଡ଼ା ରୂ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରାଜ୍ୟସ୍ତରୀୟ ବିଶ୍ବ ରେକର୍ଡ ପାଳନ ମହୋତ୍ସବ , ସମ୍ବର୍ଦ୍ଧିତ ହେଲେ ରାଉରକେଲାର କବି କୁଞ୍ଜବିହାରୀ, ସୁଶାନ୍ତ, ସସ୍ମିତା ଓ ସୁଚିସ୍ମିତା

Sunil Chandra Nayak

ରାଇଘର ବ୍ଲକରେ ଗଠନ ହେଲା ସ୍ବଚ୍ଛାସେବୀ ସଙ୍ଗଠନ , ଏକତା ସାମାଜିକ ସଂଗଠନ ନାମରେ ନାମିତ 

Sunil Chandra Nayak

ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!