ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦୀ – ମୋହନ ସରକାର ପ୍ରତାରଣା ର ସରକାର: କଂଗ୍ରେସ 

ମୋଦୀ – ମୋହନ ସରକାର ପ୍ରତାରଣା ର ସରକାର: କଂଗ୍ରେସ 

ରାଉରକେଲା: ମୋହନ ସରକାରଙ୍କ ଏକ ବର୍ଷ ଓ ମୋଦୀ ସରକାରଙ୍କ ୧୧ ବର୍ଷ ପାଳନ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ମାତ୍ର ସେମାନେ ଜନସାଧାରଣ ଙ୍କୁ ପ୍ରତାରଣା କରି କେବଳ ପ୍ରଚାର ସର୍ବସ୍ୱ ସରକାର ବୋଲି ଅଭିଯୋଗ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ। କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ରବି ରାୟ, ପ୍ରାକ୍ତନ ସଭାପତି ଦେବବ୍ରତ ବିହାରୀ, ବରିଷ୍ଠ କର୍ମକର୍ତ୍ତା ସବିର ହୁସେନ, ଜ୍ଞାନେନ୍ଦ୍ର ଦାଶ, ଗଣେଶ ପ୍ରଧାନ, ଦିବାକର ଦୀପ, ଡେଭିଡ ରାଓ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ଦେଇ ତାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ସରକାର ଦେଇଥିବା ପ୍ରତିଶୃତି ମଧ୍ୟରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା,୧୮ ମାସ ମଧ୍ୟରେ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଧାନର କଟନୀ ଛଟନୀ ବ୍ୟବସ୍ଥା କୁ ସମାପ୍ତ କରି ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର ମାଧ୍ୟମରେ ଧାନ କିଣା, ସୁଭଦ୍ରା ଯୋଜନା, ଭାରତର ମେଟ୍ରୋ ସହରରେ ଓଡ଼ିଆ ଭବନ, ମତ୍ସ୍ୟଜୀବୀ ଙ୍କୁ ୧୦ ହଜାର ସହାୟତା ରାଶି ପ୍ରଦାନ, ଓଡ଼ିଶାର ଆଇନ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ର ପ୍ରଚଳନ, ରତ୍ନ ଭଣ୍ଡାର ଖୋଲି ଗଣତି, ବୁଣାକାର ଓ ବୟନଶିଳ୍ପ କୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡିଶାରେ ୩ଟି ଇଣ୍ଟିଗ୍ରେଟେଡ ପାର୍କ ଓ ୫୧ ହଜାର ଚାକିରୀ, ବୁଣାକାର ସମାନ ନିଧି ର ୪୦ ରୁ ୬୦ ବର୍ଷ ହିତାଧିକାରୀ ଙ୍କୁ ମାସିକ ୩ ହଜାର ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ଙ୍କୂ ସାଢେ ୩ ହଜାର ଆର୍ଥିକ ସହାୟତା, ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ପ୍ରତି ନାଗରିକଙ୍କୁ ଜନଆରୋଗ୍ୟ ଯୋଜନାରେ ସାମିଲ, ବୟସ୍କ,ଦିବ୍ୟାଙ୍ଗ, ବିଧବାଙ୍କୁ ମାସିକ ୩ ହଜାର ପେନସନ, ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ, ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା, ୩୦୦ ୟୁନିଟ୍ ମାଗଣା ବିଜୁଳି, ୩ ହଜାର କୋଟି ରେ କୃଷି ସଂରକ୍ଷଣ କେନ୍ଦ୍ର, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ,୫ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରି ଝୋଟ ଚିନାବାଦାମ ଭଳି ଫସଲ କୁ ପ୍ରୋତ୍ସାହନ, ସମ୍ବଲପୁରରେ କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ନବମ ରୁ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍, ଉଦ୍ୟମ କ୍ରାନ୍ତି ଯୋଜନାରେ ଯୁବବର୍ଗ ଙ୍କୁ ବିନା ସୁଧରେ ଓ ୫୦ ପ୍ରତିଶତ ସବସିଡି ରେ ୧୦ଲକ୍ଷ ଟଙ୍କାର ଋଣ, ସରକାରୀ କଲେଜରେ ପଢୁଥିବା ଝିଅଙ୍କୁ ବୈଦୁତିକ ଦୁଇ ଚକିଆ ଯାନରେ ସବସିଡି, ଅଙ୍ଗନବାଡ଼ି କର୍ମୀ ଙ୍କୁ ୧୨ ହଜାର ଓ ସହାୟିକା ଙ୍କୁ ୮ ହଜାର ଦରମା, ଆଶାକର୍ମୀ ଙ୍କୁ ସ୍ଥାୟୀ ନିଯୁକ୍ତି,ପେସା ନିୟମକୁ କାର୍ଯ୍ୟକାରୀ କରିବା ଆଦି ପ୍ରତିଶୃତି ଦେଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କିଛି ହୋଇପାରିନାହିଁ। ତେଣୁ ବିଜେପି ସରକାର ଏକ ପ୍ରତାରଣା ଓ ପ୍ରଚାର ସର୍ବସ୍ୱ ସରକାର ବୋଲି ଅଭିଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସ ର ପ୍ରାର୍ଥୀ ସାକା ସୁଜିତ ଙ୍କ ନାମାଙ୍କନ ପତ୍ର ଦାଖଲ 

masiha

ବିଜେପି ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ

masiha

ମୁଣ୍ଡାଠାକୁରା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!