ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରସ୍ରୋତା ମହବିଦ୍ୟାଳୟର ସଂସ୍କୃତ ବିଭାଗ ଦ୍ଵାରା ସଂସ୍କୃତ ସପ୍ତାହ ପାଳିତ

ଖରସ୍ରୋତା ମହବିଦ୍ୟାଳୟର ସଂସ୍କୃତ ବିଭାଗ ଦ୍ଵାରା ସଂସ୍କୃତ ସପ୍ତାହ ପାଳିତ

ଯାଜପୁର ୨୨ ଅଗଷ୍ଟ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଆଜି ଶୁକ୍ରବାର ଦିବା ୧୧ଘଟିକା ସମୟରେ ସିଂହପୁର ଖରସ୍ରୋତା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ଦ୍ଵାରା ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ ସଭାରେ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାମଲ ସଭାପତିତ୍ବ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ବ୍ରଜକିଶୋର ସାହୁ ସଭାରେ ଉପସ୍ଥିତ ପୂର୍ବକ ସଂସ୍କୃତ ନୀତିଶିକ୍ଷା ର ଜୀବନ ଉପରେ ଗଭୀର ପ୍ରଭାବ ଥିବା ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଜୟଚଣ୍ଡୀ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଯୋଗଦେଇ ପିଲାମାନଙ୍କୁ ସଂସ୍କୃତ ର ସାଂପ୍ରତିକ ସମାଜରେ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବରେ କଣ୍ଟାବଣିଆ ଉଚ୍ଚବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାଶ ଯୋଗଦାନ କରି ସଂସ୍କୃତ ଭାଷା ର ବର୍ତ୍ତମାନ ର ଦଶା ଓ ଦିଶା ଉପରେ ଆଲୋକପାତ କରିଥିଲେ। ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ନାୟକ ଓ ଉଦ୍ଭିଦ ବିଜ୍ଞାନ ର ମୁଖ୍ୟ ଅଧ୍ୟାପିକା ମମତାମୟୀ ସାମଲ ଯୋଗଦାନ କରି ସଂସ୍କୃତ ର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗର ଅଧ୍ୟାପିକା ଶ୍ରୀମତୀ ଅର୍ପିତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଡ଼ ଦୀପ୍ତି ରଞ୍ଜନ ସେନାପତି ସଭାର ଆଭିମୁଖ୍ୟ ବ୍ୟକ୍ତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ମାନେ ସଂସ୍କୃତ ରେ ସ୍ଵାଗତ ଗୀତ ଓ ଲୋକଗୀତ ପରିବେଷଣ କରିଥିଲେ। ସମ୍ପନ୍ନ ହୋଇଥିବା ଶ୍ଳୋକ ଆବୃତ୍ତି, ଗୀତା ଆବୁତ୍ତି, ସଂସ୍କୃତ ଶାସ୍ତ୍ର ଜ୍ଞାନ ପରୀକ୍ଷା ଆଦି ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମୀନକେତନ ତ୍ରିପାଠୀ, ସୁବାସ ଚନ୍ଦ୍ର ସାହୁ, ଅରୁଣ କୁମାର ସାମଲ, ଗଗନ ବିହାରୀ ବେହେରା, ଅମ୍ବିକା ପ୍ରସାଦ ଜେନା, ଚିତ୍ତ ରଞ୍ଜନ ସାହୁ, ଜଳଧର ସାହୁ, ନୀଳମଣି ମଲ୍ଲିକ, ସନ୍ତୋଷ କୁମାର ମହାପାତ୍ର, ବୈଭବ କୁମାର ନାୟକ ଅଧ୍ୟାପିକା ଡ଼ ଗାୟତ୍ରୀ ଧଳ, ପୁଷ୍ପଲତା ଜେନା, ରୂପାଲି ମହାରଣା, ପ୍ରିତିରେଖା ଭୂୟାଁ, ମାମାନୀ ଆଚାର୍ଯ୍ୟ ପ୍ରଭୃତି ଯୋଗଦାନ କରିଥିଲେ। ପ୍ରାଚୀନତମା ତଥା ସର୍ବଭାଷା ର ଜନନୀ ସଂସ୍କୃତ ଭାଷା ସର୍ବଜନଗ୍ରାହ୍ୟ ହେଉ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ଶେଷରେ ସମସ୍ତେ ସଭାର ଉଦ୍ଦେଶ୍ୟ ସାଧନ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ।

Related posts

ଛତାମହୁଲ ସ୍କୁଲରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

masiha

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!