ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ଆମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସୁରେନ୍ଦ୍ର ପରିଡ଼ାଙ୍କୁ ଶ୍ରଦ୍ଧାଞ୍ଜଳି 

ମା’ ଆମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସୁରେନ୍ଦ୍ର ପରିଡ଼ାଙ୍କୁ ଶ୍ରଦ୍ଧାଞ୍ଜଳି 

  କଟକ : ମା ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ବରଦା କିଶନନଗର କଟକ ତରଫରୁ ଅନୁଷ୍ଠାନର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସିହ୍ନାଙ୍କ ତତ୍ତ୍ଵାବଧାନରେ ସୁରେନ୍ଦ୍ର ପରିଡ଼ାଙ୍କ ଶ୍ରଦ୍ଧାଞ୍ଜଳି ସଭା ବରଦା ଗ୍ରାମର ମୁର୍ଗାକୁଳରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭ ରେ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସିହ୍ନା ବର୍ତ୍ତମାନ ସମାଜରୁ ପୂଜ୍ୟପୂଜା ଆସ୍ତେ ଆସ୍ତେ ଲୋପ ପାଇବାକୁ ଯାଉଅଛି । ତେଣୁ ଆମ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ମାନେ ଯୁବପିଢି ମାନଙ୍କ ପାଇଁ ସଚେତନ ଆଣିବା ପାଇଁ ଏ ସବୁ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ । ଗୃହ ହେଉଛି ମନ୍ଦିର । ପିତାମାତା ହେଉଛନ୍ତି ଦେବତା ଓ ଦେବୀ ।ତେଣୁ ସେମାନେଙ୍କୁ ପୂଜା କରିଲେ ତୁମର ଚଲା ପଥ କୁସୁମିତ ହେବ ।ଉକ୍ତ ସଭାରେ ଅନୁଷ୍ଠାନର ସଦସ୍ୟ ରମେଶ ଚନ୍ଦ୍ର ଦାଶ,ମନୋରଞ୍ଜନ ଜେନା,ଅରକ୍ଷିତ ଦଳାଇ,କ୍ଷେତ୍ରବାସୀ ପରିଡ଼ା ଓ ଦିବାକର ଓଝା ପ୍ରମୁଖ ଉପସ୍ଥିତ ରହି ଦିବଂଗତ ପରିଡ଼ାଙ୍କ ଅମର ଆତ୍ମର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଥିଲେ । ଏତତ୍ ସୁରେନ୍ଦ୍ର ପରିଡ଼ା ପରିବାର,ପୁତ୍ର ,କନ୍ୟା ଓ ବନ୍ଧୁ ବାନ୍ଧବ ମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଶେଷରେ ପ୍ରତାପ ବେହେରା ପରିଡ଼ା ପରିବାର ପାଇଁ ଗୋଟିଏ ସୁନ୍ଦର କବିତା ଗାୟନ କରିଲା ପରେ ସଭା ସାଙ୍ଗ କରାଗଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

masiha

ଦୁର୍ଗମ ଅଞ୍ଚଳ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା /ଆଦିବାସୀ ନୃତ୍ୟରେ ଦୁଲୁକିଲା ଚଢ଼େଇପାହାଡି ସ୍ପୋର୍ଟ ପଡିଆ

masiha

ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ

masiha

Leave a Comment

error: Content is protected !!