ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଏଆଇସିସି ସହ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ସଂଗଠନ ସୃଜନ ଅଭିଯାନ

ଏଆଇସିସି ସହ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ସଂଗଠନ ସୃଜନ ଅଭିଯାନ 

ରାଉରକେଲା: ରାଉରକେଲା ଜିଲ୍ଲା ତଥା ସମଗ୍ର ଜିଲ୍ଲାରେ କଂଗ୍ରେସ କୁ ଅଧିକ ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବା ପାଇଁ ଏଆଇସିସି ର ସହ ସମ୍ପାଦିକା ତଥା ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ୧୦ ଦିନିଆ ରାଉରକେଲା ଗସ୍ତ ରେ ଆସି ଆଜି ସେକ୍ଟର ୨୧ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଏହି ଅଭିଯାନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସଂଗଠନ ସୃଜନ କାର୍ଯ୍ୟକ୍ରମରେ ପ୍ରତ୍ୟେକ କର୍ମୀ ତୃଣମୂଳ ସ୍ତରରୁ କର୍ମୀ ଯୋଗାଡ, ସେମାନଙ୍କୁ ଏଆଇସିସି ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା,ଏଥର ରାଜ୍ୟ ନେତୃବୃନ୍ଦ ଏଠାକାର ସଭାପତି ସ୍ଥିର ନକରି କର୍ମୀମାନଙ୍କ ପସନ୍ଦର ତଥା ସର୍ବସମ୍ମତିକ୍ରମେ ସଭାପତି ସ୍ଥିର କରିବା, ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ୍ ସ୍ତରରେ କର୍ମୀ ମାନଙ୍କ ସହ ଭାବ ବିନିମୟ କରି ସଂଗଠନକୁ ଦୃଢ କରିବା, ସଂଗଠନ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଚେଷ୍ଟା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଏହି ୧୦ ଦିନ ରହଣି ଭିତରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଦଳକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ସହ ଆବଶ୍ୟକୀୟ ପରାମର୍ଶ ଦେବେ ବୋଲି ଜଣାପଡିଛି। ଏହି ଅବସରରେ କଂଗ୍ରେସର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ମହିଳା ସଂଗଠନର କର୍ମକର୍ତ୍ତା,ପ୍ରାକ୍ତନ ବିଧାୟକ ରେମିଶ କେରକେଟା, ବରିଷ୍ଠ କଂଗ୍ରେସ ନେତ୍ରୀ ସୁନିତା ବିଶ୍ବାଳ,ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ, ପ୍ରାକ୍ତନ କଂଗ୍ରେସ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ପାଢ଼ୀ, ପ୍ରାକ୍ତନ ଏଆଇସିସି ସଭ୍ୟ ଶ୍ରୀ ନାୟାର, ଶ୍ରମିକନେତା ଅଜୟ ଖାଲକୋ,ଅମିତ ବାରା,ତରୁଣ କୁମାର କୁଶଳ,ଗୁଲାମ ଖାନ୍, ସରୋଜ କୁମାର ଲେଙ୍କା, ପ୍ରଦୀପ୍ତ ସାମନ୍ତରାୟ,ବିଶ୍ରାମ ଓରାମ,କାହ୍ନୁ ନାଏକ, ଶିବୁ ଓରାମ, ରାକେଶ ବେଉରିଆ, ଗଣେଶ ପ୍ରଧାନ,ବିନୋଦ ରାଉତ,ରବି ରାୟ,ବାଦଲ ଶ୍ରୀଚନ୍ଦନ ପ୍ରମୁଖ ଡ଼ଃ ବର୍ମାଙ୍କୁ ଭେଟି ଆଲୋଚନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି 

Sunil Chandra Nayak

ଭାରତର ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଝାଡ଼କୁସୁମୀରେ ବିଜେପିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦଳ ଛାଡ଼ି ଯୋଗଦେଲେ – 200 କର୍ମୀ 

masiha

Leave a Comment

error: Content is protected !!