ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଦିନରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଅଷ୍ଟମ ଶ୍ରେଣୀର ଛାତ୍ର

ଜନ୍ମ ଦିନରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଅଷ୍ଟମ ଶ୍ରେଣୀର ଛାତ୍ର

ବସ୍ତା, 05/09: ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ସ୍ଥିତ ଥେଙ୍ଗଡିହା ଗ୍ରାମର ସୁକୁମାର କରଣ ଓ ସୁଭଦ୍ରା କରଣଙ୍କ ପୁତ୍ର ତଥା ଥେଙ୍ଗଡିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଦୀପକ କରଣ ନିଜର ୧୪ ତମ ଜନ୍ମ ଦିନ ପାଳନ ଅବସରରେ ଚାରା ରୋପଣ କରି ସମାଜକୁ ପରିବେଶ ସଚେତନତାର ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି,ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ରାମଶ୍ଵେର ମାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ପରିବେଶ ବିତ ତଥା ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନା ଯୋଗଦେଇ କହିଲେ ଯେ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଏହା ମାନବ ସମାଜ ଓ ସମ୍ପୂର୍ଣ୍ଣ ଜୀବଜଗତ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଆମର ଅଦୂରଦର୍ଶିତା କାର୍ଯ୍ୟଧାରା ପୃଥିବୀର ବାୟୁମଣ୍ଡଳ ପ୍ରଦୂଷଣ କରିବା ସହ ତାପମାତ୍ରାରେ ଅସ୍ବାଭାବିକ ବୃଦ୍ଧି ଘଟାଉଛି ଯାହା ଫଳରେ ପରିବେଶ ଆଜି ପ୍ରଦୂଷିତ | ତେଣୁ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ଵ, ସ୍କୁଲ ଓ କଲେଜର ଛାତ୍ରଛତ୍ରୀମାନେ ବୃକ୍ଷ ରୋପଣ ଦିଗରେ ଆଗେଇ ଆସିବା ସହିତ ବିଭିନ୍ନ ସଚେତ ନତା କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସମସ୍ତେ ନିଜ ଜନ୍ମ ଦିନରେ ଗୋଟିଏ ଗଛ ଲଗା ଇବା ସହିତ ଗଛଟିର ଯତ୍ନ ନେବା ପାଇଁ ଆଗେଇ ଆସିବା ଉଚିତ ବୋଲି ଆହ୍ଵାନ ଦେଇଥିଲେ | ଅନ୍ୟତମ ଅତିଥି ଭାବେ ଭେଲୋରା ସି. ଆର. ସି. ସି. ତଥା ବୃକ୍ଷ ପ୍ରେମୀ ଗଣେଶ ଚନ୍ଦ୍ର ଜେନା, ଆଦର୍ଶ ଶିକ୍ଷକ ଭାଗୀରଥ ପ୍ରଧାନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଶିକ୍ଷୟତ୍ରୀ ସରୋଜିନୀ ଦାସ, ମଲିମଣି ପାତ୍ର, ମଧୁସ୍ମିତା ଗିରି ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପଦ୍ମଲୋଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ କୁଡୁମି ସେନା ତରଫରୁ ବିଭିନ୍ନ ଦାବି ନେଇ ଵିଶାଳ ମଶାଲ ଶୋଭାଯାତ୍ରା

Sunil Chandra Nayak

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

ନାବାଳକ ଭାଇ ଓ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ତ୍ରିଶକ୍ତି ଫାଉଣ୍ଡେସନ 

masiha

Leave a Comment

error: Content is protected !!