ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପୋଲିସ ଜୋନ ଔଷଧ ବ୍ୟବସାୟ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ 

ନର୍ଲା ପୋଲିସ ଜୋନ ଔଷଧ ବ୍ୟବସାୟ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ 

ନର୍ଲା , କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଙ୍ଘ ପ୍ରତି ତିନି ବର୍ଷ ରେ ଥରେ ନୂତନ କର୍ମକର୍ତ୍ତା ଚୟନ କରିବାର ପ୍ରକ୍ରିୟା ରହିଛି । ସେହି କ୍ରମରେ ଏବର୍ଷ ମଧ୍ୟ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ନର୍ଲାରୋଡ଼ ସ୍ଥିତ ଦିଶା ହୋଟେଲ ରେ ରଖାଯାଇଥିଲା । ଏଠାରେ ନର୍ଲା ଜୋନ ର ସମସ୍ତ ଆଜୀବନ ସଦସ୍ୟ ମାନେ ଯୋଗ ଦେଇ ଥିଲେ । ସଭା କାର୍ଯ୍ୟ ଅପରାହ୍ନ ୩ ଟା ରୁ ଆରମ୍ଭ ହୋଇ ଥିଲା ଏବଂ ସଭା କାର୍ଯ୍ୟ କୁ ସ୍ଥାନୀୟ ନୀଳମାଧଵ ମେଡିକାଲ ଷ୍ଟୋର ର ମାଲିକ ନିକୁଞ୍ଜ ଦତ୍ତା ସମସ୍ତଙ୍କୁ ସ୍ୱାଗତ କରି ସଭା କୁ ପରିଚାଳନା କରିଥିଲେ । ପ୍ରଥମେ ଜିଲ୍ଲା ରୁ ଆସିଥିବା ଇଲେକ୍ସନ ଅଫିସର ଶ୍ରୀ ମାନସ ମହାନ୍ତି , ବିଜୟ କୁମାର ଜୈନ , ସୁଶାନ୍ତ ପାଟଜୋଷୀ ଙ୍କୁ ସ୍ଥାନୀୟ ସଦସ୍ୟ ମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ପରେ ମୁଖ୍ୟ ଇଲେକ୍ସନ ଅଫିସର ଦ୍ୱାରା ନୂତନ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀ ହୃଷିକେଶ ଭୋଇ ଶ୍ରୀ ସଂଗ୍ରାମ କେଶରୀ ଚାନ୍ଦ ଙ୍କ ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ଶ୍ରୀ ପାର୍ଥ ଦତ୍ତା ତାଙ୍କୁ ସମର୍ଥନ କରିଥିଲେ । ପରେ ଶ୍ରୀ କାହ୍ନୁ ଚରଣ ସାହୁ ଶ୍ରୀ ନିକୁଞ୍ଜ ଦତ୍ତା ଙ୍କ ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ଶ୍ରୀ ସମୀର ପ୍ରଧାନ ତାଙ୍କୁ ସମର୍ଥନ କରିଥିଲେ ।ଏହି ଅବସରରେ ରୁପ୍ରାରୋଡସ୍ଥ ନୀଲକମଲ୍ ମେଡିକାଲ୍ ଷ୍ଟୋର୍ ର ମାଲିକ ମହିଳା ବ୍ୟବସାୟୀ ଡିମ୍ଫଲ୍ ଦତ୍ତାଙ୍କୁ ସର୍ବଶ୍ରେଷ୍ଠ ସକ୍ରିୟ ସଦସ୍ୟା ଭାବରେ ଇଲେକ୍ସନ୍ ଅଫିସର ମାନସ ମହାନ୍ତିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା । ଶେଷରେ ଶ୍ରୀ ଚାନ୍ଦ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

masiha

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

masiha

ଜିଆରଏସ୍ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବଦଳୀକୁ ନେଇ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!