ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାପୁର ଫାଣ୍ଡିକୁ ପୋଲିସ ଷ୍ଟେସନ କରିବା ଯୋଜନା ନାଲି ଫିତା ତଳେ 

ଭାପୁର ଫାଣ୍ଡିକୁ ପୋଲିସ ଷ୍ଟେସନ କରିବା ଯୋଜନା ନାଲି ଫିତା ତଳେ 

ଢେଙ୍କାନାଳ (ମନିସ)1/10/25 — ଛଦେଶ ଅଞ୍ଚଳ ଭାପୁର ଫାଣ୍ଡିକୁ ପୋଲିସ ଷ୍ଟେସନରେ ରୂପାନ୍ତରିତ କରିବା ଦାବୀ ଏବେ ଛଦେଶ ବିକାଶ ପରିଷଦ କରିବାକୁ ଯାଉଥିବା ଏହାର ସତ୍ୟାସତ୍ୟ ସଂଘର୍ଷରେ ସୂଚନା ଅଧିକାର ଆଇନରେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କୁ ମାଗିଥିଲେ । ତଥ୍ୟ ଅନୁସାରେ ୧୫/୧୦/୨୦୦୮ ମସିହାରେ ଡି.ଆଇ.ଜି ଓଡିଶା କଟକଙ୍କ ଚିଠି ନମ୍ବର ୧୧୦ ୭୩/୮୬ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଭିଭିଭୂମି କଣ କଣ ଅଛି,କେତେ ପାଖ ଅଞ୍ଚଳ ପରିପ୍ୟାପ୍ତ ଏରିଆ କଭର୍ କରୁଛି,କତେ ଜନସଂଖ୍ୟା ରହିଛି, ପଡୋଶୀ ଥାନା ଗୁଡ଼ିକ କେତେ ଦୁରତାରେ ଅଛି,ଇତ୍ୟାଦି ତଥ୍ୟର ଏକ ବିଷଦ ବିବରଣୀ ଦେବା ପାଇଁ ଚିଠି ଥିଲା । ଜିଲ୍ଲା ଆରକ୍ଷୀ ଅଧୂକ୍ଷକଙ୍କ ଚିଠି ନମ୍ବର ୪୧୦୮/ର ୨୫ /୦୯/୨୦୦୯ରେ ଡି.ଆଇ.ଜି ଓଡିଶା କଟକଙ୍କୁ ସବିଶେଷ ତଥ୍ୟ ଦେଇଥିବାର ସୂଚନା ମିଳିଛି । ପାଖାପାଖୁ ଉଓଏ ଓଡ଼ିଶାଙ୍କ ଚିଠିର ଉତ୍ତର ଦେବା ପାଇଁ ଗୋଟେ ବର୍ଷ ଲାଗିଗଲା । ସଦର,ଆଠଗଡ଼,ତିଗିରିଆ,ରସୋଳ ଥାନା ପରିସୀମା,ଜନସଂଖ୍ୟାର ବିବରଣୀ ସହିତ ଭାପୁର ଫାଣ୍ଡି ଅଧୀନରେ ଥିବା ଶଙ୍କରପୁର,ଧୀରପାଟଣା,ବାଲ୍ୟାମ୍ବା,ଚନ୍ଦ୍ରଶେଖରପ୍ରସାଦ,ମଧୁସାହୁପାଟଣା,ଭାପୁର,କାକୁଡିଭାଗ,ଗୋବିନ୍ଦପ୍ରସାଦ,ଷ୍ଟେସନ କରିବା ଯୋଜନା । ଭାପୁର,ଢେଙ୍କାନାଳ ।ଘଟିପିରି,କଳଙ୍ଗ ଓ କୋତ୍ତମ ୧୧ଟି ପଞ୍ଚାୟତ ଓ ୫୦ ଗୋଟି ଗ୍ରାମଥିବା ଛଦେଶ ଅଞ୍ଚଳ ପାଆମାଳ ଠାରୁ କୋଟବେରଣା ପରି ବ୍ୟାପ୍ତ ବିରାଟ ଅଞ୍ଚଳକୁ ଭାପୁର ଫାଣ୍ଡିରେ ସୀମିତ ସଂଖ୍ୟକ କର୍ମଚାରୀ ଆଇନ ଶୃଙ୍ଖଳା ସମ୍ଭାଳିବା କାଠିକର ପାଠ । ଦୀର୍ଘ ଦିନର ଦାବୀ, ଆପତ୍ତି,ଅଭିଯୋଗ,ଆନ୍ଦୋଳନ ପରେ ମଧ୍ୟ ସରକାର ନୀରବ । ଖାଲି ଭାପୁର ଫାଣ୍ଡି କଥା ନୁହେଁ,ଦାତବ୍ୟ ଚିକିତ୍ସାଳୟ ଭାପୁର ଯାହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେବା କଥା ତାହା ମଧ୍ୟ ହେଉନାହିଁ । ସାପୁଆ ନଦୀ ଛଦେଶର ଜୀବନଧାରା । ତଣ୍ଡିଘାସରେ ପରିପୂର୍ଣ ହୋଇ ଜଳଧାରା ଶୂନ୍ୟ ଅବସ୍ଥାରେ ପଡ଼ିଛି । ଛଦେଶ ବିକାଶ ପରିଷଦ,ଛଦେଶ ସଂଗ୍ରାମ ସମିତି ଓ ଜନସାଧାରଣଙ୍କର ଏକତାର ଅଭାବ,ଗୋଟିଏ ନାରାର ଅଭାବ ପାଇଁ ଦେଶ ସ୍ଵାଧୀନତାର ୭୯ବର୍ଷ ପରେ ମଧ୍ୟ ଅଣଦେଖା ଓ ଅବହେଳାର ଶରବ୍ୟ ହୋଇ ଚାଲିଛି । ଛଦେଶ ବ୍ଲକ୍ ଗଠନ ପାଇଁ ସର୍ବଦଳୀୟ ସମ୍ମିଳନୀର ଆବଶ୍ୟକତା ଅଛି । ଯୁବପିଢୀ ଏହାର ଦାୟିତ୍ଵ ନେଲ ଆଗମୀ ଦିନରେ ଭାଗ୍ୟ ନିୟନ୍ତା ହେବାର ବେଳ ଆସିଗଲାଣି । ନିର୍ବାଚନ ଆସିଗଲେ ରାଜନେତା ମାନେ ହାତୀ ଦେବି,ଘୋଡ଼ା ଦେବି କହି କିଛି ପଇସା ଦେଇ ଭୋଟର ମାନଙ୍କୁ କିଣି ନିଅନ୍ତି । ପୁଣି ୫ ବର୍ଷ ପରେ ଯଥା ପୂର୍ବ,ତଥା ପର । ଭାପୁର ଫାଣ୍ଡିକୁ ଥାନା କରାଯାଉ,ଚିକିତ୍ସାଳୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରିତ ହେଉ । ଛଦେଶବାସୀ ଅଣ୍ଟା ଭିଡ଼ିବା ଆରମ୍ଭକଲେଣି । ଆନ୍ଦୋଳନ,ହରତାଳ,ରାସ୍ତାରୋକ ଭଳି ଚରମ ପନ୍ଥା ଗ୍ରହଣ କରିବା ପାଇଁ ଖୁବ୍ ଶୀଘ୍ର ନିଷ୍ପଭି ନେବେ । ଠକି ଆସୁଥିବା ରାଜନେତାଙ୍କ ମୁଖା ଖୋଲିଦେବେ ଏବଂ ଛଦେଶବାସୀ ନିଜେ ନିଜର ପ୍ରତିନିଧି ଚୟନ କରିବେ । ୭୯–ବର୍ଷ ଗୋଡାଣିଆ ହେବା ବହୁତ ହୋଇଗଲା ବୋଲି ଏବେ ସ୍ୱର ଜୋରଦାର ହେବ ବୋଲି ଆହ୍ୱାନ ଆସିଲାଣି ଛଦେଶ ଅଞ୍ଚଳବାସୀଙ୍କର ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

masiha

ମାଟିଗାଁ ,ବାଣିଜରା, ଓ ବଳଦିଆମାଲ ରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ 

Sunil Chandra Nayak

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆସନ୍ତା ଅକ୍ଟୋବର ୪ ତାରିଖ “ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା” ଦେଲା କ୍ରିୟାନୁଷ୍ଠାନ କମିଟି

masiha

Leave a Comment

error: Content is protected !!