ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ -୨୦୨୫ ପାଳିତ 

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ -୨୦୨୫ ପାଳିତ 

ଢେଙ୍କାନାଳ: ତା ୦୨.୧୦.୨୦୨୫ରିଖ: ( )ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ସତ୍ୟ ଓ ଅହିଁସାର ପୂଜାରୀ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ଡା.ଅକ୍ଷୟ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଡା.ପ୍ରମୋଦ କୁମାର ନାୟକ,ସମ୍ପାଦକ ଇଂ ଲଳିତ ମୋହନ ବେହେରା,କାର୍ଯ୍ୟାଳୟ ସମ୍ପାଦକ ବିନୟ କୁମାର ପାତ୍ର,ବରିଷ୍ଠ ଶିକ୍ଷାବିତ୍ ଡ.ଦେଵୀ ପ୍ରସାଦ ମିଶ୍ର,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ପ୍ରମୁଖ ବହୁ ସଦସ୍ୟା, ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ।ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଡ଼ା ଦେବୀ ପ୍ରସାଦ ମିଶ୍ର,ସ୍ଵୀୟ ଅଭିଭାଷଣରେ ମହାମାନବ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୀବନୀକୁ ସବିଶେଷ ଆଲୋଚନା କରି ସତ୍ୟ, ଅହିଂସା,ଶାନ୍ତି,ନ୍ୟାୟ,ଦୟା,କ୍ଷମା ଆଦି ସେମାନଙ୍କର ଦେବ ସୁଲଭ ଗୁଣ ଓ ଆଦର୍ଶସବୁରେ ଅନୁପ୍ରାଣିତ ହୋଇ ସମସ୍ତେ ଏହି ମହାପୁରୁଷ ଦ୍ବୟଙ୍କ ଜୀବନଚର୍ଯ୍ୟାକୁ ନିଜ ନିଜ ଜୀବନରେ ପ୍ରୟୋଗ ଓ ପ୍ରତିଫଳିତ କରିବାକୁ ଚେଷ୍ଟିତ ହୋଇ ସଫଳ ହେଲେ ଏ ଦୁର୍ଲ୍ଲଭ ମାନବ ଜୀବନର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ଡ.ଅକ୍ଷୟ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଡ.ପ୍ରମୋଦ କୁମାର ନାୟକ,ସମ୍ପାଦକ ଇଂ ଲଳିତ ମୋହନ ବେହେରା ପ୍ରମୁଖ ସ୍ୱାଗତ ଭାଷଣ,ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନର ଆଭିମୁଖ୍ୟ ବର୍ଣ୍ଣନା,ସଭାପତି ଓ କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସଂଯୋଜନା କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଅନନ୍ୟ ଜନନାୟକ ସତ୍ୟ ଅହିଂସାର ଅବତାର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ମହାନ୍ ସ୍ଵାଧୀନତା ସଂଗ୍ରାମୀ,ସାଧୁତା ଓ ସଚ୍ଚୋଟତାର କିମ୍ବଦନ୍ତୀ ଜନନେତା,ପୂର୍ବତନ ପ୍ରିୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ସଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସମ୍ପାଦକ ଇଂ ଲଳିତ ମୋହନ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।  

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ

masiha

ଯାଦବ ମୁରବି ପ୍ରହଲ୍ଲାଦ ଗୌଡଙ୍କ ପରଲୋକ

Sunil Chandra Nayak

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

masiha

Leave a Comment

error: Content is protected !!