ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ……

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ……

 ରାଉରକେଲା:ଗରିମା ପରିବାର ସିଜିନ ୩ ର ଶ୍ରେଷ୍ଠ ଓଡ଼ିଆଣୀ ର ଅଡିସନ ଆସନ୍ତା ୨୫ ଓ ୨୬ ରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରିମା ର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସଭାପତି ମମତା ନାୟକ ଏସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ତାରିଖ ଦିନ ରାଉରକେଲା କ୍ଲବ ଠାରେ ଦିବା ସାଢେ ୯ ଟାରେ ଆରମ୍ଭ କରାଯିବ। ୨୫ ତାରିଖ ଦିନ ୪ ରାଉଣ୍ଡ ଭାବ ବିନିମୟ, ଯୋଗ୍ୟତା, ତୁଳସୀ ପୂଜା ଓ ବିଚାରକ ମଣ୍ଡଳୀଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ। ୨୬ ତାରିଖ ଦିନ ମଞ୍ଜିରେ କଳାକୃତି, ଓଡ଼ିଆ ଖାଦ୍ୟରେ ଲୁଣି ଓ ମିଠା ଖାଦ୍ୟ ପ୍ରସ୍ତୁତି କୁ ବିଚାରକ ମଣ୍ଡଳୀଙ୍କ ମାର୍କକୁ ନେଇ ଆସନ୍ତା ନଭେମ୍ବର ୮ ତାରିଖ ଦିନ ଫାଇନାଲ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୨୫ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ମହିଳା ମାନେ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ଗତ ୨୨ ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାରିଛି। ଏହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅନୁଷ୍ଠାନ ତରଫରୁ ମୋବାଇଲ ନମ୍ବର ୭୯୭୮୦୮୮୮୩୫,୭୯୭୮୫୭୩୭୯୦, କିମ୍ବା ୯୮୬୧୦୩୨୨୩୩ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସୁମିତା ପଟ୍ଟନାୟକ, ପ୍ରଣତୀ ଜେନା, ରେବତୀ ବାରିକ, ଶୁଭଲକ୍ଷ୍ମୀ ପାତ୍ର, ମୀନାକ୍ଷୀ ପାଢ଼ୀ,ଲୁସି ଦାଶ,ମଞ୍ଜୁ ମେହେର,ଡ ସରିତା ମଲ୍ଲ, ମୋନାଲିସା ସାହୁ,ମୈ।ସୁମୀ ଆଚାର୍ଯ୍ୟ, ସବିତା ମହାପାତ୍ର, ଦେବସ୍ମିତା ଶତପଥୀ, ଗାୟତ୍ରୀ ମହାନ୍ତି, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ, ଶର୍ମିଲା ତ୍ରିପାଠୀ, ସସ୍ମିତା ମିଶ୍ର, ରଶ୍ମି ନାୟକ, ଶଙ୍ଖରିନା ପ୍ରଧାନ,ଅଞ୍ଜୁ ପାଣ୍ଡେ,ବ୍ରତତୀ ପ୍ରଧାନ, ରଞ୍ଜିତା ଶତପଥୀ, ମମତା ଦାସ, ତପସ୍ଵିନୀ ପାତ୍ର, ସୁନିତା ଶ୍ରୀନିବାସନ, ବିଷ୍ଣୁପ୍ରିୟା ଦାଶ, ରଞ୍ଜିତା ନାୟକ ଓ ଉପଦେଷ୍ଟା ଶଙ୍କର ଜେନା, ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚାରେ ଧର୍ମଗଡ ବ୍ଲକସ୍ଥିତ ଗମ୍ଭାରୀଗୁଡା ଯଶୋଦା ଅନାଥ ଆଶ୍ରମ , ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି….

masiha

କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ମାନ୍ୟବର ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କ ଏକ ଦିବସୀୟ କଳାହାଣ୍ଡି ଜିଲ୍ଲା ଗସ୍ତ 

Sunil Chandra Nayak

Leave a Comment

error: Content is protected !!