ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପ୍ରାଣା ପଦ୍ମତୋଳା ସେନାପତିଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

ଧର୍ମପ୍ରାଣା ପଦ୍ମତୋଳା ସେନାପତିଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା  

ରୁପ୍ରା, ୧୫/୧୦ (ଅଜୟ ସେନାପତି ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମର ବରମପୁରିଆ ସେନାପତି ପରିବାରର ବୟୋଜ୍ୟେଷ୍ଠା ଧର୍ମପ୍ରାଣା ବୃଦ୍ଧା ପଦ୍ମତୋଳା ସେନାପତି (ସ୍ୱର୍ଗତ ହରିହର ସେନାପତିଙ୍କ ଧର୍ମ ପତ୍ନୀ) ଙ୍କ ୮୪ବର୍ଷ ବୟସରେ ନିଜ ବାସଭବନରେ ବୁଧବାର ସନ୍ଧ୍ୟା ୫ଟାରେ ପରଲୋକ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ସମସ୍ୟାରୁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ସମୟରେ ୬ ପୁଅ ଦାମୋଦର ସେନାପତି, କୁମାର ଚନ୍ଦ୍ର ସେନାପତି, ଅବସରପ୍ରାପ୍ତ ଜୁନାଗଡ ବ୍ଲକର ବିଇଓ ବିଜୟ ସେନାପତି, ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁ ଚରଣ ସେନାପତି, ବ୍ୟବସାୟୀ ପ୍ରଦୀପ ସେନାପତି ଓ ମନୋଜ ସେନାପତି, ସମସ୍ତ ପୁତ୍ରବଧୁ, ଝିଅ ସତ୍ୟ ଓ ଜାହ୍ନବୀ, ଝିଅ ଜ୍ୱାଇଁ, ନାତିବୋହୁ ତଥା ରୁପ୍ରା ସରପଞ୍ଚ ଡଲି ବେହେରା, ନାତି ତଥା ଅମ୍ୱାଦୋଲା ପିଏଚସି ର ଆୟୁଷ ଡାକ୍ତର ଡା. ବିକାଶ ସେନାପତି, ପୁତୁରା ତଥା ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ସେନାପତି, ବୈଷ୍ଣବ ସେନାପତି, ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ସେନାପତି, ବ୍ୟବସାୟୀ ଅକୃର ସେନାପତି, ନାତି ସାମ୍ବାଦିକ ଅଜୟ ସେନାପତିଙ୍କ ସମେତ ସମସ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଗାଁ ଶ୍ମଶାନରେ ବୁଧବାର ସଂଧ୍ୟାରେ ଅନ୍ତିମ ସଂସ୍କାର କରାଯାଇଥିଲା, ଅନ୍ତିମ ଶୋଭାଯାତ୍ରାରେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ପୂର୍ବ ସରପଞ୍ଚ ଅକ୍ରୁର ସାହୁ, ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ସମୀର ରଞ୍ଜନ ନାଏକ, ନର୍ଲା ଉପରପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ସାହୁ, ଗିଗିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ହରପ୍ରସାଦ ସାହୁ, କର୍ମେଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷମାଶୀଳ ସାହୁ, ମୁଣ୍ଡାପଲା ବିଦ୍ୟାଳୟର ପ୍ରଧାନଶିକ୍ଷକ ଜନ୍ମେଜୟ ସେନାପତି, ସମାଜସେବୀ ଲୋଚନ ଗୌଡ, ତେଜରାଜ ସାହୁ, ବିଜେପିର ବରିଷ୍ଠ ସଦସ୍ୟ ପଦ୍ମଲୋଚନ ସେନାପତି ଓ ଡାକଋଷି ସାହୁଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ରହି ଅନ୍ତିମ ବିଦାୟ ଦେଇଥିଲେ। ପୁଅ ବିଜୟ ସେନାପତି ମୁଖାଗ୍ନି ଦେଇଥିଲେ।

Related posts

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବରେହୀ ନଦୀ କୂଳରେ ନେତାଙ୍କ ଭିଡ଼ 

Sunil Chandra Nayak

ଜିଲାରେ ଶୁଭାରମ୍ଭ ହେଲା ବିକାଶ ମେଳା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟକୁ ପହଂଚାଇବା ବିକାଶ ମେଳା ଲକ୍ଷ୍ୟ

masiha

Leave a Comment

error: Content is protected !!