ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ  ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ 
ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

ରାଉରକେଲା: ସେକ୍ଟର ୬ ପଦ୍ମବର୍ଣ୍ଣା ସାଂସ୍କୃତିକ ସଂଗଠନର ରୈ।ପ୍ୟ ଜୟନ୍ତୀ ଉପଲକ୍ଷେ ମୁକ୍ତମଞ୍ଚ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ୫ ଟି ନାଟ୍ୟ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିନ ଆମ ମଞ୍ଚ, ରାଉରକେଲା ତରଫରୁ ତୋକଥା ଭାରି ମନେ ପଡୁଛି, ଦ୍ବିତୀୟ ଦିନ ଓଁ ଶ୍ରୀ କଳା ନିକେତନ ତରଫରୁ କାଲିର ବନ୍ଧନ କଳାଚନ୍ଦନ, ତୃତୀୟ ଦିନ କୋଶଳ ନାଟ୍ୟ ପରିଷଦର ମନ୍ ଜାନୁଛେ ମନର କଥା, ଚତୁର୍ଥ ଦିନ ତ୍ରିନାଥ ନାଟ୍ୟ ପରିଷଦର କୋଣାର୍କ କାନ୍ଦୁଛି ତୋରି ପାଇଁ, ପଞ୍ଚମ ଦିନ ବଣେଇ କଳା ସଂସ୍କୃତି ତରଫରୁ କାହାଣୀ କାନ୍ଦୁଛି ଆଖି ଲୁଚେଇ ଆଦି ପରିବେଷଣ କରାଯାଇଥିଲା। ନାଟକ ଗୁଡ଼ିକରେ ବିଚାରକ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଓ ମୁକ୍ତିକାନ୍ତ ନାୟକ ଯୋଗଦେଇ ନାଟକ ଗୁଡ଼ିକି ମୂଲ୍ୟାୟନ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ଚନ୍ଦ୍ରମଣି ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ନାଟକ ପ୍ରତି ପ୍ରତିବଦ୍ଧତା ଓ ସମର୍ପିତ ମନୋଭାବକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିଚାରକଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡୁଛି, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ନାଟ୍ୟକାର ଗୈ।ତମ ମହାନନ୍ଦ, ଶ୍ରେଷ୍ଠ ଅଭିନେତା ଭାବେ ଶୁଭେନ୍ଦୁ ସାମଲ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧୁମିତା ମହାନନ୍ଦ, ଶ୍ରେଷ୍ଠ ହାସ୍ୟ ଅଭିନେତା ଅଭିଳାଷ ସାହୁ, ଶ୍ରେଷ୍ଠ ଶିଶୁ କଳାକାର ହର୍ଷିତା ମହାନନ୍ଦ, ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଗୈ।ରପ୍ରିୟା ମହାନ୍ତି, ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପ୍ରଜ୍ଞାନନ୍ଦ ମହାନ୍ତି ଓ ମନୋଜ ମଲ୍ଲିକ, ଶ୍ରେଷ୍ଠ ଖଳନାୟକ ବିଚିତ୍ର କୁମାର ଦାସ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭୁବନାନନ୍ଦ କିଶାନ ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗରେ ସର୍ବଶ୍ରୀ ଅମିତ କିଶାନ,ଅନୁ ସାହୁ, କଳ୍ପନା ସ୍ବାଇଁ, ଶ୍ରାବଣୀ ଗୋଛୟତ, ସସ୍ମିତା ଦାସ, ସନ୍ତୋଷ ସୋରେନ, ଦଶରଥ କିଶାନ,ସୁଲତା ପ୍ରଧାନ, ପ୍ରିୟା ଦାସ,ସାଗର ଜେନା, ସତ୍ୟନାରାୟଣ ପ୍ରଧାନ, ଗଙ୍ଗାଧର ରାଉତ, ସୁନୀଲ ନାଗ, ରମେଶ ଚନ୍ଦ୍ର ଜେନା, ସଂଜୀବ ନାଗ,ଭରତ ଓଝା ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁଜ୍ଞାନୀ ରାୟ, ବିବେକାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଏହି ସମସ୍ତ କାର୍ଯ୍ୟକ୍ରମର ନାଟକ ମହୋତ୍ସବର ସଭାପତି ହିରାଲାଲ ମହାପାତ୍ର, ଅଧ୍ୟକ୍ଷ ମିହିର ରାୟ, ଲକ୍ଷ୍ମୀ ମାର୍କେଟ ସଭାପତି ଗଣେଶ୍ୱର ରାୟ, ସମ୍ପାଦକ ବିଘ୍ନେଶୁ ସ୍ବାଇଁ, ସାଂସ୍କୃତିକ ସମ୍ପାଦକ ଅଜିତ କୁମାର ସେନାପତି, ମିଡିଆ ପ୍ରଭାରୀ ପଞ୍ଚାନନ ପାତ୍ର, ପାଣ୍ଡବ ଲେଙ୍କା, ମନୋରଞ୍ଜନ ବାରିକ, ସନ୍ତୋଷ ପାତ୍ର,ସୁଦାମ ସାହୁ, ଅମର ଖଟୁଆ,ଲିଟୁ ବେହୁରିଆ, ସରୋଜ ପଣ୍ଡା,ଅଟଳ ସାମଲ,ଅଜୟ ଦାସ,ମଧୁ ନାୟକ,ରଞ୍ଜୁ ବେହୁରିଆ,ଟିକିଏ, କିଶୋର,ମକୁ,ଅଜୟ ରାୟ,ଲିପୁ ପ୍ରମୁଖ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଜନ୍ମଞ୍ଜୟ ମହାନ୍ତି ପରିଚାଳନା କରିଥିଲେ। ଶେଷରେ ସନ୍ତୋଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

Sunil Chandra Nayak

କାଳୀକୃଷ୍ଣ ସଙ୍ଘ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟସେବା ଶିବିର

Sunil Chandra Nayak

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ       

Sunil Chandra Nayak

Leave a Comment

error: Content is protected !!