ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଦରପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ 

କନ୍ଦରପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ 

କଟକ : କଟକ ସଦର କନ୍ଦରପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଗୋପାଳ ସ୍ମୃତି ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ କମିଟିର ଆବାହକ ତଥା ପୁରାତନ ଛାତ୍ର ସଂସଦର ସଂଗଠନ ସମ୍ପାଦକ ତାପସ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଏଥିରେ ସ୍କୁଲର ପ୍ରଧାନଶିକ୍ଷକ ମନୋରମା ତ୍ରିପାଠୀ,ପୂର୍ବତନ ପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୮ ଟି ସ୍କୁଲର ୬୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଏଥିରେ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୨୫ ତାରିଖରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନୁଷ୍ଠିତ ପୁରସ୍କାର ବିତ୍ତରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୁଭାଶିନୀ ରାଉତ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅନନ୍ତ ଚରଣ ଦେହୁରୀ, ପୁରାତନ ଛାତ୍ର ତାପସ ରାଉତରାୟ, ପ୍ରଧାନ ଶିକ୍ଷୟତ୍ରୀ ମନୋରମା ତ୍ରିପାଠୀ, ସରସ୍ବତୀ କଳା ପରିଷଦ ସଂପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୁତ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଚାଳନ ଲିପ୍ସା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଓ ଶିକ୍ଷକ ବିରଞ୍ଚି ବେହେରାଙ୍କ ସଂଚଳନାରେ ଅନୁଷ୍ଠିତ ଏହି ସୁରଭି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ମମତାମୟୀ ବାରିକ,ମମତା ବେହେରା, ଶୁଭଶ୍ରୀ ଭୋଇ,ସନ୍ଧ୍ୟା ସାଗରୀକା ସିଂ, ସୁଶ୍ରୀ ମହାନ୍ତି,ମନୀଷା ଦାସ,ସୋମାଲିନ ସାମଲ,ରାନୀ ରୋଜାଲିନ ବସନ୍ତରା, ଲୋପାମୁଦ୍ରା ପଟ୍ଟନାୟକ,ଲଗ୍ନାଦୀପା ଶୁକ୍ଲା,କୌଳସୀ ସାହୁ,ବର୍ଷା ମହାନ୍ତି, ଶିକ୍ଷକ ଜଗନ୍ନାଥ ମାଝୀ,ଲାଲକୃଷ୍ଣ ମହାନ୍ତି, ନିରଞ୍ଜନ ବେହେରା,ଧୁଳମଣି ସାହୁ ପ୍ରମୁଖ ସହଯୋଗ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଆଭାସୀ ମାଧ୍ୟମରେ 14ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦଘାଟନ

masiha

୪୦୭ ଧକ୍କା ରେ ବୃଦ୍ଧା ମୃତ 

masiha

Leave a Comment

error: Content is protected !!