ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନlନ୍ଦୋଲ ଆଞ୍ଚଳିକ ଯାଦବ ସମିତି ର ବୈଠକ ଅନୁଷ୍ଠିତ 

ନlନ୍ଦୋଲ ଆଞ୍ଚଳିକ ଯାଦବ ସମିତି ର ବୈଠକ ଅନୁଷ୍ଠିତ 

ଜୁନାଗଡ଼୨୧/୧୦(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନlନ୍ଦୋଲ ମଣ୍ଡି ପରିସରରେ ନlନ୍ଦୋଲ ଆଞ୍ଚଳିକ ଯାଦବ ସମାଜ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଯାଦବ ସମାଜ ର ଜୁନାଗଡ଼ ବ୍ଲକ ସଭାପତି ଗୌରହରୀ ବାଗ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଅରୂପାନନ୍ଦ ନାଗ, ପୂର୍ବତନ ବ୍ଲକ ସଭାପତି ପ୍ରେମାନନ୍ଦ ଘି,ଯୁବ ଯାଦବ ବ୍ଲକ ସଭାପତି ଯଶ୍ମୀର ନାଏକ,ନlନ୍ଦୋଳ ଆଞ୍ଚଳିକ ସଭାପତି ବଳଦେବ ନାଗ,ସମ୍ପାଦକ ଦିବାକର ଛତ୍ରିଆ,କେନ୍ଦୁପlଟି ଆଞ୍ଚଳିକ ସଭାପତି ସନ୍ତୋଷ ଛତ୍ରିଆ,ତଲଜାରିଙ୍ଗ ସଭାପତି ସହଦେଵ ନିଆଲ, ସମ୍ପାଦକ ମଦନ ନାଗ, ବୈକୁଣ୍ଠ ନାଗ,ଶ୍ୟାମସୁନ୍ଦର ଘି ଏବଂଜୁନାଗଡ଼ ଏନ ଏ ସି ସଭାପତି ଡମ୍ବରୁ କଟା, ସମ୍ପାଦକ ନୀଳାଦ୍ରି ପୁଞ୍ଜିପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଜୁନାଗଡ଼ ଯାଦବ ସମାଜ ର ନୂତନ ବ୍ଲକ ସଭାପତି ଭାବେ ଗୌରହରୀ ବାଗ ଦାୟିତ୍ୱ ନେବା ପରେ ସମାଜ ର ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ସମୟରେ ବୈଠକ କରିବା ସହସମାଜ କୁ ବିକାଶ ପଥେ ଆଗେଇ ନେବାପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି l ଏହି ସଭା ରେ ଯାଦବ ସମାଜ ର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଇ-ନାମ ମାଧ୍ୟମରେ ଆମ୍ବ ବିକ୍ରିକରି ଲାଭାନ୍ନୀତ ହେଲେ ଚାଷୀ 

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

Sunil Chandra Nayak

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟୟନ କେନ୍ଦ୍ରରେ ଏକଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ-୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!