ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶା ର ପ୍ରଦୀପ ଜାଳି ଦୀପାବଳୀ ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

ଆଶା ର ପ୍ରଦୀପ ଜାଳି ଦୀପାବଳୀ ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

ଆଲୋକ ର ପର୍ବ ଦୀପାବଳୀ କୁ ସାରା ଭାରତ ରେ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଏ l ଆମ ରାଜ୍ୟ ଓଡିଶା ରେ ଏହି ପର୍ବ କୁ ପୂର୍ବଜ ଙ୍କ ପାଇଁ ଉତ୍ସର୍ଗ କରି ପିମ୍ପେଇ ଡକାଯାଏ l କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ଗ୍ରାମର ମଲ୍ଲଗଡା ରେ ରୁହନ୍ତି ସୁଷମା ମଲ୍ଲ l ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେବ ଆର ପାରିକୁ ଚାଲି ଗଲେଣି l ତାଙ୍କର ସନ୍ତାନ ନାହାଁନ୍ତି l ଏହି ଦୁଃଖିନୀ ମା ଟି କିପରି ବା ଦୀପାବଳୀ ପାଳିବ ? ଯାହାର ଘରେ ଖାଇବାକୁ ନାହିଁ, ପନ୍ଧିବା କୁ ନାହିଁ, ଦୀପ ଜାଳିବାକୁ ବଳିତା ନାହିଁ ତାର ବା କଣ ଦୀପାବଳୀ l ଏହିପରି ଜଣେ ଅସହାୟ ମହିଳା ଙ୍କ ବିଷୟରେ ଜାଣିବା ପରେ, ତାଙ୍କ ନିକଟରେ ଆଶା ର ଦୀପାବଳୀ ନେଇ ପହଞ୍ଚିଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଗଣ l ମା ସୁଷୁମା ଙ୍କ ପାଇଁ ବସ୍ତ୍ର ଦୁଇ ମାସ ର ରାସନ, ପନିପରିବା, ଖୁସି ର ପର୍ବ ପାଇଁ ମିଷ୍ଟାନ୍ନ ଓ ଦୀପାବଳୀ ର ସମସ୍ତ ସରଞ୍ଜାମ ସହ ତାଙ୍କ ଭଙ୍ଗା କୁଡ଼ିଆ ରେ ପହଞ୍ଚିଥିଲେ l ଏତେ ସବୁ ଘଟଣା କୁ ଦେଖି ସୁଷମା ହତଵାକ ହୋଇଯାଇଥିଲେ l ମନେ ମନେ ଜଗନ୍ନାଥ ଙ୍କୁ ମୁଣ୍ଡିଆ ମାରି କହୁଥିଲେ, ପ୍ରଭୁ ମନର ଆଶା ପୂରଣ କରିଦେଲ, ଆଜି ତୋ ପାଦ ତଳେ ଦୀପାଳି ଜାଳିବି l ଜଣେ ଗ୍ରାମର ପିଲା ଆସି ପଚାରିଲେ ମା ଆଜି କଣ ତୋ ଘରେ ଏତେ ଲୋକ, ସୁଷମା କହିଲେ ଜଗନ୍ନାଥ ଦୀପାବଳୀ ପାଳନ ପାଇଁ ତାଙ୍କ ପିଲା ଙ୍କୁ ପଠାଇଛନ୍ତି l ଏହି କାର୍ଯ୍ୟକ୍ରମ ଦେଖି ସାରା ଅଂଚଳ ବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କୁ ଧନ୍ୟ ଧନ୍ୟ କହିଥିଲେ l ଆଜି ଠୁ ସୁଷମ ମା ର ସୁଖ ଦୁଃଖ ର ସାଥି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବୋଲି ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ମତ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଥିଲା ଆଶା ର ଦୀପାବଳୀ ବୋଲି ଟ୍ରଷ୍ଟ ର ଯଶୋଦା ମା ମତ ଦେଇଥିଲେ l ଆଜିର କାର୍ଯ୍ୟକ୍ରମ କୁ ମୁଖ୍ୟ ପରିଚାଳନା କରିଥିଲେ ଟ୍ରଷ୍ଟ ର ସମ୍ପାଦକ ରାଜେଶ କୁମାର ବାରିକ l ଅନ୍ୟ ସହଯୋଗୀ ବନ୍ଧୁ ମାନେ ହେଲେ ପଦାରବିନ୍ଦ, ଗଙ୍ଗାଧର ସାମଲ, କେଦାର ସ୍ୱାଇଁ, ନିଗମ ସାହୁ, ଭାବଗ୍ରାହୀ ସାହୁ, କାଳନ୍ଦୀ ମଲ୍ଲିକ ଓ ଅନ୍ୟ ମାନେ l

ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ , ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

masiha

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର 

Leave a Comment

error: Content is protected !!