ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟାଶାଳ କୁ ଗଡୁନି ଲକ୍ଷ୍ମୀ ବସ, ବଢ଼ୁଛି ଜନ ଅସନ୍ତୋଷ

ପଟାଶାଳ କୁ ଗଡୁନି ଲକ୍ଷ୍ମୀ ବସ, ବଢ଼ୁଛି ଜନ ଅସନ୍ତୋଷ

ଆସିକା, ୨୪/୧୦/୨୫ — ବ୍ଲକ ସଦରମହକୁମା ରୁ ପଞ୍ଚାୟତ କୁ ଗଡିବ ବାସ । ସ୍ଵଳ୍ପ ମୂଲ୍ୟରେ ମହିଳା, ଛାତ୍ର ଛାତ୍ରୀ ଙ୍କ ସମେତ ଲୋକେ ଏଥିରେ ଯାତାୟାତ କରିବେ । ଲକ୍ଷ୍ୟ ରହିଥିଲା ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ପହଞ୍ଚି ନିଜର ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପ୍ରତିପାଦନ କରିବେ । ହେଲେ ଗତ ସରକାର ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଧୀରେ ଧୀରେ ଧିମେଇ ଯାଉଥିବା ଲକ୍ଷ୍ୟ କରାଯାଉଛି । ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ସାବା ଠାରୁ ପଟାସାଳ ଦୀର୍ଘ 5 କି.ମି ରାସ୍ତା ଯାତାୟାତ ଉପଯୋଗୀ ହୋଇ ପାରୁନଥିବାରୁ ଲକ୍ଷ୍ମୀ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ପଟାଶାଳ କୁ ବସ ଯାଇପାରୁ ନାହିଁ।

ଧରାକୋଟ ବ୍ଲକ୍ ଅନ୍ତର୍ଗତ ସାବା ପଞ୍ଚାୟତ ପଟାଶାଳ ଗ୍ରାମ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ ସଦାସର୍ବଦା ଯାତାୟାତ ବାଧାପ୍ରାପ୍ତ ହେଉଥିଲା । ବର୍ତ୍ତମାନ ଏହି ରାସ୍ତା ପ୍ରସ୍ଵସ୍ତିକରଣ କାମ ଚାଲୁଥିବାରୁ ରାସ୍ତା ପାର୍ଶ୍ଵ ବର୍ମ ଖୋଲାଯାଇ ଥିବାରୁ ରାସ୍ତାଟି ଯେମିତି ମରଣ ଜନ୍ତା ପାଲଟି ଯାଇଛି। ଉକ୍ତ ରାସ୍ତା କାମ କରିବା ପାଇଁ ଖୋଳା ଯାଇଥିବା ମାଟି କୁ ରାସ୍ତା ଉପରେ ପକାଇଦିଆ ଯାଇଥିବା ଯୋଗୁଁ ରାସ୍ତା ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି ।ଯାହା ଫଳରେ OSRTC ଦ୍ଵାରା ପରିଚାଳିତ ମୁଖ୍ୟମନ୍ତ୍ରୀ ବସ୍ ସେବା ର ବସ୍ ମଧ୍ୟ ଉକ୍ତ ପଟାଶାଳ ଗ୍ରାମ କୁ ପହଞ୍ଚି ପାରୁନି । ସାବା ପଞ୍ଚାୟତ ର ଖାରିପଲି ,କାଲବାଡ,ଘୋଡ଼ାଆମ୍ବ, ପଟାଶାଳ , ନାକତିରି, ପିଲି ପଦର, ଶାଗକିଆରୀ, କୁତୁନିଗଣ୍ଡା, ଝିଲି ମିଲି ଭଳି ଗ୍ରାମର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଟି ଏତେ ସଂକୀର୍ଣ୍ଣ ଯେ ବସ୍ ଟି ଯିବା ମଧ୍ୟ କଷ୍ଟ ସାଧ୍ୟ ହେଉଛି । ଚଳାଚଳ ବେଳେ ସାମାନ୍ୟ ଅସାବଧାନତା ହେଲେ ସିଧା 10 ରୁ 12 ଫୁଟ ତଳ କୁ ଖସି ଯିବାର ସମ୍ଭାବନା ରହିଛି। ତେଣୁ ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବସ୍ ଚଳାଚଳ କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ତଗିତ ରଖାଯାଇଥିବା ଜଣାଯାଇଛି। ଫଳରେ ମୁଖ୍ୟମନ୍ତ୍ରୀ ବସ ସେବା ଲୋକଙ୍କ କାମରେ ଆସୁନି। ସେହିପରି ଝାଡବନ୍ଧ ପଞ୍ଚାୟତ ର ପଣିବନ୍ଧ, କଳାସୁତା କୁ ପୂର୍ବରୁ ଯାଉଥିବା ବସ ସେବା ବନ୍ଦ ରହିଛି । ଘଟଣା ସମ୍ପର୍କରେ ସଂପୃକ୍ତ ଗ୍ରମସ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ବି ଡି ଓ ଙ୍କୁ ଅଭିଯୋଗ କରିବା ପରେ ସଂପୃକ୍ତ ରାସ୍ତାର ରୁଟଚାଟ ଜିଲ୍ଲାପାଳ ଙ୍କ ଅନୁମୋଦନ ପରେ ବସ ଚଳାଚଳ କରିବ ବୋଲି ଜଣାଯାଇଛି । ଏଣୁ ଲୋକଙ୍କ ଗମନା ଗମନ ରେ ସୁବିଧା ପାଇଁ ତୁରନ୍ତ ସଂପୃକ୍ତ ଗ୍ରାମ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ବସ ସେବା ପୁନର୍ବାର ଆରମ୍ଭ କରିବା ପାଇଁ ଦାବୀ ହେଉଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ ଙ୍କ ବିୟୋଗରେ ଶୋକ ସଭା

Sunil Chandra Nayak

ଜିଲ୍ଲା ସ୍ତରୀୟ ଓଜନ ଉତ୍ସବ ପ୍ରସ୍ତୁତି ବୈଠକ

masiha

ରାଧା ସେନାପତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା, ଶବ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ସରପଞ୍ଚ ଓ ମାନ୍ୟଗଣ୍ୟ ବ୍ୟକ୍ତି  

Sunil Chandra Nayak

Leave a Comment

error: Content is protected !!