ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଓବିସି ମଞ୍ଚର କର୍ମକର୍ତ୍ତା ଚୟନ

ପଞ୍ଚାୟତ ସ୍ତରୀୟ ଓବିସି ମଞ୍ଚର କର୍ମକର୍ତ୍ତା ଚୟନ

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଓ ତରାପୁର ଗ୍ରାମ ପଞ୍ଚାୟତ ଓବିସି ମଞ୍ଚ ତରଫରୁ ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ଓବିସି ମଞ୍ଚ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳଙ୍କ ସଭାପତିତ୍ୱରେ ଓ ବ୍ଲକ ସଭାପତି ପ୍ରମୋଦ ହଂସ ଙ୍କ ନେତୃତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସଂପାଦକ ଏକାଦଶୀ ଗୋପାଳ,ସହ ସଂପାଦକ ସଂନ୍ତୋଷ ଭୋଇ,କୋଷାଧ୍ୟକ୍ଷ ଘନଶ୍ୟାମ ଭାଟି, ବ୍ଲକ ଯୁବ ସଂପାଦକ ସୁଧୀର ଗୋପାଳ,ଯୁବ ସଭାପତି ତଥା ଯୋନ-୩ ଜିଲ୍ଲାପରିଷଦ ପ୍ରଣବ ଭଇଁସାଲ,ଜିଲ୍ଲା ସଂଯୋଜକ ଡାକେଶ୍ଵର ଲହଜଳ,ସାଙ୍ଗଠନିକ ସଂପାଦକ ଭବାନୀ ବଣିଆ,ଏନଏସି ଯୁବ ସଭାପତି ସୋମ୍ୟ ରଂଜନ ନାଏକ, ଶିକ୍ଷାବିତ ଗିରିଧର ସାହୁ, ପ୍ରମୁଖ ଯୋଗଦାନ କରି ଓବିସି ମାନଙ୍କ ସାମ୍ବିଧାନିକ ହକ,ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା,ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ । ଅଗାମୀ ଦିନରେ ଓବିସି ସମାଜକୁ ସୁସଂଗଠିତ କରି ଆଗକୁ ବଢ଼େଇବା ପାଇଁ ବୋଡେ଼ନ ପଞ୍ଚାୟତ ଓବିସି ମଞ୍ଚ କମିଟି ଗଠନ ହୋଇଥିଲା । ସଭାପତି ଭାବେ ରାଜେନ୍ଦ୍ର ଗୋପାଳ, ସଂପାଦକ ପ୍ରଭାତ ନାଏକ,ସହ ସଂପାଦକ ବଦ୍ରିନାଥ ଗୋପାଳ, କୋଷାଧ୍ୟକ୍ଷ ସୁଶାନ୍ତ ନିଆଲ, ସଂଗଠନ ସଂପାଦକ ଭଗବାନ ମାଝୀ , ଉପ ସଭାପତି ଅକ୍ଷ ସାଙ୍କୁ ମନୋନୀତ କରାଯାଇଥିଲା । ସେହିପରି ତରାପୁର ପଞ୍ଚାୟତ ଓବିସି ମଞ୍ଚ କମିଟି ସଭାପତି ଭାବେ ଗୋବିନ୍ଦ ଲହଜଳ,ଉପସଭାପତି ଲିଙ୍ଗ ବାରିହା, କାର୍ଯ୍ୟକାରୀ ସଭାପତି ନରେଶ ପଟେଲ, ସଂପାଦକ ସଂଜୀବ ସାହୁ, ସହ ସଂପାଦକ ବବୃ ବାହାନ ବିଶି, ସଂଗଠନ ସଂପାଦକ ସିଦ୍ଧେଶ୍ଵର ସାହୁ,କୋଷାଧ୍ୟକ୍ଷ ଲୋକନାଥ ବାରିହା,ଯୁବ ସଭାପତି ନରେନ୍ଦ୍ର ପଟେଲ, ସଂପାଦକ ମୁକେଶ ଲହଜଳ,କୋଷାଧ୍ୟକ୍ଷ ସୁନୀଲ ନାଏକଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବ୍ଲକ ଓବିସି ମଞ୍ଚ ସଂପାଦକ ଏକାଦଶୀ ଗୋପାଳ ପରିଚାଳନା କରିଥିଲେ ।

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

କୁତମୁଣ୍ଡାରେ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା

Sunil Chandra Nayak

କଲାର ସମାଜ ର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟଘାଟ ନିମନ୍ତେ ପ୍ରସ୍ତୁତି ବୈଠକ

masiha

କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ”, କେବିକେ ପରିଷଦର ଆନୁଷ୍ଠାନିକ ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!