ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇଦିନିଆ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦଯାପିତ

ଦୁଇଦିନିଆ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦଯାପିତ 

ରାୟଗଡ଼ :- ତା.୨୯/୧୧-ରାୟଗଡ଼ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆଜି ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଲୟନ୍ସ କ୍ଲବ ଠାରେ ଗତ ୨୮/୧୧/୨୫ ଓ ୨୯/୧୧/୨୫ ଦୁଇଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଜlପିତ ହୋଇଯାଇଛି l

ଜିଲ୍ଲାର ବହୁ ଯୁବ କଳାକାର ମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶିତ କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମର ସୁଚାରୁ ରୂପେ ପରିଚାଳିତ ହୋଇଥିଲା l ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଲୋକନୃତ୍ୟ ପ୍ରତିଯୋଗିତା ରେ ଆଜାଦ ହିନ୍ଦ ୟୁଥ ଆସୋସିଏସନ ପ୍ରଥମ ସ୍ଥାନ,ସିଦ୍ଧାନ୍ତ କଲାପରିଷଦମୁନିଗୁଡା ଓ ସାବିତ୍ରୀ ଶବର ଓ ସାଥି କଳାକାର, ରାମନାଗୁଡ଼ା ଯଥାକ୍ରମେ ଦ୍ୱତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ l ସେହିପରି ଚିତ୍ରକଳା ପ୍ରତଯୋଗୀତାରେ ଅଜିତ ସlରକା, ଵିଷମ କଟକ,ରୟାଗଡ଼ର ସଞ୍ଜୟ ମିନିଆକ,ରାଜl ନିସିକା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ l ଘୋଷଣାନାମlରେ ରାଜେଶ୍ୱରୀ ଭଟରାୟ, ରାୟଗଡ଼, ସୁରଜ କାଣ୍ଡପାଣି ଓ ବାବୁଲି ନାୟକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ l କବିତା ଲିଖନ ପ୍ରତିଯୋଗିତାରେ ସୁରଜ କାଣ୍ଡପାଣି, ରାୟଗଡ, ସୁରଜ କରକରିଆ, ଗୁଡାରି ଓ ମୃଣମୋୟୀ କଣ୍ଡଗୋରି, ରାମନାଗୁଡ଼ା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପାଇଥିଲେ l ଲୋକସଂଗୀତ ପ୍ରତିଯୋଗିତାରେ ଆଜାଦ ହିନ୍ଦ ଦଳ, ରାୟଗଡ,ରାହୁଲ ପlଲlକl ଓ ସାଥି କଳାକାର, ଵିଷମ କଟକ,ଲିପ୍ସା ଶବର ଓ ସାଥି କଳାକାର, ରାମନାଗୁଡ଼ା ବ୍ଲକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ l ପ୍ରଥମ ସ୍ଥାନ ହାସଲ କରିଥିବା ଦଳ କିମ୍ବା ବ୍ୟକ୍ତି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ଏହି ପୁରସ୍କାର ପ୍ରଦାନ ବେଳେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ମହାଦେବ ସିଛୁଆଁ, ଆଜିତେଶ ପଟ୍ଟନାୟକ, ଶିବନାରାୟଣ ମିଶ୍ର, ତରୁଣ ମହାପାତ୍ର, ଅଧ୍ୟlପକ ରଘୁନାଥ ଭୁଏ, ଜେ ସୁକାନ୍ତ ପ୍ରମୁଖ ଯୋଗଦାନ କରି ଉତ୍ସାହିତ କରିଥିଲେ l

 ବିଚାରକ ଭାବରେ ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜ ସୁନ୍ଦର ନାୟକ, ନାଟ୍ୟ ନିର୍ଦେଶକ ଶିବଶଙ୍କର ମିଶ୍ର, ନୃତ୍ୟଗୁରୁ ତ୍ରିଲୋଚନ ସାହୁ, ରାଜେଶ ପାଢ଼ୀ, ରଘୁନାଥ ଭୁଏ, ଶିକ୍ଷୟତ୍ରୀ କସ୍ତୁରୀ ସାହୁ, ଶିକ୍ଷକ ଜେ ସୁକାନ୍ତ, ଶିକ୍ଷକ ଆଲୋକ ସାହୁ ଓ ଅନ୍ୟାନ୍ୟ ଶିକ୍ଷକ ମନେ ଯୋଗଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ l ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ ମlନେ ପରିଚାଳନାରେ ସହଯୋଗ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମିଲେଟ୍ ମିଶନ କାର୍ଯ୍ୟକ୍ଷମ ଲାଗି ‘ଜନ ମଙ୍ଗଳ ‘କୁ ଓ ଏଲ୍ ଏଚ୍ ଏବଂ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଙ୍କ ନିର୍ଭର ପ୍ରତିଶୃତି 

Sunil Chandra Nayak

କଳାହାଣ୍ଡି କଳଚୁରୀ କଳାର ସେନା ରଯୁବ ସମ୍ମୀଳନୀ ଅନୁଷ୍ଠିତ

Sunil Chandra Nayak

ଗ୍ୟାସ ଦର ବୃଦ୍ଧି ସମସ୍ୟା ନେଇ ପୁରୁଣା ପରମ୍ପରାକୁ ଫେରାଇବାର ଅନନ୍ୟ ପ୍ରୟାସ ଜାରୀ 

Leave a Comment

error: Content is protected !!