ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡମରାଇ କଲେଜ ର ବାର୍ଷିକ କ୍ରୀଡା ଉତ୍ସବ 

ମୁଣ୍ଡମରାଇ କଲେଜ ର ବାର୍ଷିକ କ୍ରୀଡା ଉତ୍ସବ 

ଆସିକା, ୧୮/୧୨/୨୫ (ଶିବ ଶଙ୍କର ମିଶ୍ର ) ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଚଳିତ ମାସ ଡିସେମ୍ବର ୧୬ ଓ ୧୭ ( ମଙ୍ଗଳବାର ଓ ବୁଧବାର ) ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ମା କୋଠରୀ ଙ୍କ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ବାହାରି ବିଦ୍ୟାଳୟ ଖେଳ ପଡିଆ ରେ ପହଁଚିବା ପରେ ବିଦ୍ୟାଳୟ ର ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ କ୍ରୀଡା ଜ୍ୟୋତି ଗ୍ରହଣ କରି କ୍ରୀଡା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଓ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଆୟୋଜିତ ହୋଇଥିବା ବିଭିନ୍ନ ଖେଳକୁଦ ମଧ୍ୟରେ ଦୌଡ଼ ୧୦୦,୨୦୦,୪୦୦,୮୦୦,୧୫୦୦,୩୦୦୦,୫୦୦୦ ମିଟର , ସଟପୁଟ , ଜାଭେଲିନ ,ଡିସକସ , ହାଇଜମ୍ପ , ଟ୍ରିପଲ ଜମ୍ପ ,ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଉଦଯାପନୀ ଉତ୍ସବ ରେ ଧରାକୋଟ ବି.ଇ.ଓ କାର୍ଯ୍ୟାଳୟ ର ବି ଆର ସି ସି ସୌରି ଶଙ୍କର ବେହେରା ଯୋଗ ଦେଇ କୃତିପ୍ରତିଯୋଗି ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । କ୍ରୀଡା ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ଓ ସମୟ ଅନୁବର୍ତିତ ଶିଖାଇଥାଏ । ଛାତ୍ର ଛାତ୍ରୀ ମାନେ କ୍ରୀଡା ଦ୍ଵାରା ଏକ ଶୃଙ୍ଖଳାମୟ ଜୀବନ ଓ ସୁସ୍ଥ ଶରୀର ଗଠନ କରିପରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବାଳକ ବିଭାଗରେ ମୁକେଶ ଓ ବାଳିକା ବିଭାଗରେ ସାଇ ଗାୟତ୍ରୀ ଚମ୍ପିଅନ ହୋଇଥିଲେ । ଉକ୍ତ ପ୍ରତିଯୋଗିତାକୁ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ଯଥା ଧରାକୋଟ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ର ଅନିଲ ନାୟକ ,ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ର ମଙ୍ଗୁଳୁ ଜେନା , ମୁଣ୍ଡମରାଇ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିବରାମ ପାଣିଗ୍ରାହୀ ଓ ସରଧା ପୁର ଉଚ୍ଚ ବିଦ୍ୟାଳୟ ର ଲକ୍ଷ୍ମୀନାରାୟଣ ବେହେରା ଓ ବିଦ୍ୟାଳୟ ର ପୂର୍ବତନ କ୍ରୀଡାବିତ୍ ମହେଶ ସାହୁ , ଅକ୍ଷୟ କୁମାର , ସନ୍ତୋଷ କୁମାର ,ଦିନେଶ କୁମାର, ଆତ୍ମଜ୍ୟୋତି ଦୋରା ,ଚାନ୍ଦିନୀ ପ୍ରଧାନ , ପୁଷ୍ପାଞ୍ଜଳି ପଣ୍ଡା ଓ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସମସ୍ତ ପ୍ରତିଯୋଗିତା କୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) କେ .ନାନବାବୁ ଦୋରା ପରିଚାଳନା କରିଥିଲେ ।

Related posts

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

masiha

ବଲାଙ୍ଗୀର ସାମ୍ବାଦିକ ବିଜୟ ପ୍ରଧାନ ଙ୍କ ଘଟଣା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ Y.B. Khurania ଙ୍କୁ ଭେଟିଲା “ଏସୟୁଜେ ଓଡ଼ିଶା” ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ ର ପ୍ରତିନିଧି…

masiha

ଧର୍ମଗଡ ତିନିଛକ ଠାରେ ଅସହାୟ ଅବସ୍ଥାରେ ବୁଲୁଥିବା ବୃଦ୍ଧା ର ପରିଚୟ ମିଳିଲା , ପରିବାରକୁ ହସ୍ତାନ୍ତର କଲା ଧର୍ମଗଡ ଥାନା ପୋଲିସ

Sunil Chandra Nayak

Leave a Comment

error: Content is protected !!