ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

କୋରାପୁଟ ଜିଲ୍ଲାର ତିନି ମେଗା ପାନୀୟଜଳ ପ୍ରକଳ୍ପ ପରିଦର୍ଶନ ନିମନ୍ତେ ୫ ଜଣିଆ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗସ୍ତ କରିଛନ୍ତି ।ଆଜି ଏହି ପାଞ୍ଚଜଣିଆ ବିଧାନସଭା ଷ୍ଟାଣ୍ଡିଂ କମିଟି ଦଶମନ୍ତପୁର  ବ୍ଲକର ଦୁଆରଶୁଣି ପଞ୍ଚାୟତ ଅଧୂନସ୍ଥ ଜଟିଆଗୁଡ଼ା ଗ୍ରାମରେ  ତଥା ମୁରାନ ନଦୀରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପ ପରିଦର୍ଶନରେ ଯାଇ ଅନୁଧ୍ୟାନ କରିଥିବା ଦେଖାଦେଇଛି I ଏହି ପାଞ୍ଚ ଜଣିଆ କମିଟିର ଅଧକ୍ଷ ହେଲେ ବିଧାୟକ ସନାତନ ବିଜୁଳି  କମିଟିର ଅନ୍ୟ ସଦସ୍ୟ ହେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,  ବିଧାୟକ ପଦ୍ମଚରଣ ହାଇବୁରୁ, ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ଳମଣି ବିଶୋଇ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠି ଏହି ମେଗା ପାନୀୟଜଳ ପ୍ରକଳ୍ପ  ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ଦ ମୁଖ୍ଯ ଉନ୍ନୟନ ଅଧୂକାରୀ ତଥା ନିର୍ବାହୀ ଅଧୂକାରୀ ବେଣୁଧର ଶବର, ଗ୍ରାମ୍ୟ ଉନ୍ନୟନ କୋରାପୁଟ ଡିଭିଜନର ଅକ୍ଷଣ ଯନ୍ତ୍ରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ  ଅଧୂକାରୀ ସିଦ୍ଧେଶ୍ୱର ନାୟକଙ୍କ ସମେତ ବିଭାଗୀୟ ଅଧୂକାରୀ ମାନେ  ଉପସ୍ଥିତ ଥିଲେ।

କୋରାପୁଟ ଜିଲ୍ଲାରୁ ଶ୳୲ମ ଖିଲ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ବିପିୟୁଟିରେ “ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ ଦୃଷ୍ଟିକୋଣ” ଶୀର୍ଷକ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ

Sunil Chandra Nayak

ବାସନ୍ତୀ ପାଠାଗାରର ସାହିତ୍ୟ ଆସର ଓ ସହରରୁ ପଲ୍ଲୀ ପୁସ୍ତକ ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!