ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା 

ସମାଜସେବୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା 

ରାଉରକେଲା: ଜଗଦା ସ୍ଥିତ ନବଜୀବନ ମଣ୍ଡଳର ବରିଷ୍ଠ କର୍ମକର୍ତ୍ତା ସ୍ବର୍ଗତ ଭାଗିରଥି ନାୟକଙ୍କ ସହଧର୍ମିଣୀ ପ୍ରମିଳା ନାୟକଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ନବଜୀବନ ମଣ୍ଡଳର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରମିଳାଙ୍କ ବିୟୋଗରେ ଅନୁଗୋଳ କାର୍ଯ୍ୟାଳୟ ଶିବରାମ ମିଶ୍ର, ମୁରଲୀଧର ମୁଳିଆ, ଏନ୍ଆଇଟି ର ପ୍ରାକ୍ତନ ପ୍ରାଧ୍ୟାପିକା ପ୍ରମିଳା ପଣ୍ଡା,ଡ ରଘୁନାଥ ଦାଶ ପ୍ରମୁଖ ଶୋକ ବାର୍ତ୍ତା ସହ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ସଭାପତି କିଶୋର ଚନ୍ଦ୍ର ତ୍ରିପାଠୀ, ଆଦିତ୍ୟ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ନାୟକ, ଗୋକୁଳାନନ୍ଦ ଦାଶ, କରୁଣାକର ସାହୁ, ଇନ୍ଦ୍ରମୋହନ ପଣ୍ଡା, ସଂଯୁକ୍ତା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାଶ ,ସୀମା ସିଂ, ନିରୁପମା ବେହେରା, ସୁଷମା ମହାପାତ୍ର,ଅମ୍ରିତଲାଲ ବେହେରା, ଜଗବନ୍ଧୁ ଦାସ,ରୁବି ପଣ୍ଡା, ସୋମନାଥ ଲେଙ୍କା ପ୍ରମୁଖ ସ୍ମୃତି ଚାରଣ ସହ ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ଶାଶୁ ଶାନ୍ତିଲତା ନାୟକ, ଶର୍ମିଷ୍ଠା ନାୟକ, ସଂଜୀବ ନାୟକ, ଶର୍ମିଲା ରାୟ, ଭୈରବ ନାୟକ, ଅରୁନ୍ଧତୀ, ସନ୍ଧ୍ୟାରାଣୀ ଓ ସାୟନ ତନୟା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୁନନ୍ଦା ବରାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ କଟକ ୪୨ ମୈ।ଜାର ମୂଳ ବାସିନ୍ଦା ପ୍ରମିଳା ଜଗଦା ରେ ରହୁଥିବା ବେଳେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଜଣେ ଅମାୟିକ, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ।  

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

masiha

ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

masiha

Leave a Comment

error: Content is protected !!