ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଜିସି ନିୟମ ଲାଗୁ କରିବାକୁ ଦାବିପତ୍ର ପ୍ରଦାନ

ୟୁଜିସି ନିୟମ ଲାଗୁ କରିବାକୁ ଦାବିପତ୍ର ପ୍ରଦାନ

ୟୁଜିସି ନିୟମ କୁ ବଳବତ୍ତର ରଖିବା ଓ ଏହି ନିୟମ ରେ କୌଣସି ପରିବର୍ତନ ନ କରିବା ଦାବି ରେ ଦଶମନ୍ତପୁର ଠାରେ ଏକ ବିଶାଳ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବାଣୁଆ ଗୁଡ଼ା ଛକ ଠାରେ ସମସ୍ତେ ଏକତ୍ରିତ ହୋଇ ନାରାବାଜି ଦେଇ ଶୋଭାଯାତ୍ରା ରେ ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ବିଶ୍ୱବିଦ୍ୟାଳୟ ମାନଙ୍କରେ ଘଟୁଥିବା ଘଟଣା କୁ ନେଇ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ଦେଇଥିଲେ l ୨୦୨୬ ମସିହାରେ ଏହି ନିୟମ ର କୌଣସି ପରିବର୍ତନ କିମ୍ବା କୋହଳ ନ କରି ଯଥାଶୀଘ୍ର ଏହି ନିୟମ କୁ ଲାଗୁ କରିବାକୁ ଦଶମନ୍ତପୁର ବ୍ଲକ ର ଶତାଧିକ ଛାତ୍ରୀ, ଛାତ୍ର, ବୁଦ୍ଧିଜୀବୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି,ସଂଖ୍ୟାଲଘୁ ଓ ପଛୁଆବର୍ଗ ର ଲୋକେ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଥାନୀୟ ତହସିଲଦାର ପ୍ରିୟା ପୁଷ୍ପାଞ୍ଜଳି ବେହେରା ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ଜିଲ୍ଲାପରିଷଦ ସଭ୍ୟା ଲଳିତା ଜାନି, ସରପଞ୍ଚ ସାଇବେଣୀ ଜାନି, ସବାଇ ଜାନି, ନବୀନ ମୁଦୁଲି, ସମିତି ସଭ୍ୟ ପଦ୍ମନାଭ ଜାନି, ଏଲି ମଧୁସ୍ମିତା ବାଘ,ଖଗପତି ମୁଦୁଲି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକା, ପୂର୍ବତନ ଜିଲ୍ଲାପରିଷଦ କହ୍ନେଇ ଜାନି,ଉଦୟ ଚନ୍ଦ୍ର ହିଆଲ,ପ୍ରତାପ ଖୋସ୍ଲା, ମୋହନପାତ୍ର ହିଆଲ,ଚନ୍ଦ୍ରସେନ ଗରଡ଼ା,ଆଶିଷ କୁମାର ଚେଟି,ଦଶରଥ ମୁଦୁଲି, ଧନୁ ଜାନି, କୁଳମଣି ମୁଦୁଲି, ଆବାହକ ରାଜୁ ବାଘ, ଇଷ୍ଟ ସଗରିଆ, ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଘନଶ୍ୟାମ ହାଲୱା ଙ୍କ ସମେତ ୨୦୦ ଶହ ରୁ ଅଧିକ ଲୋକେ ଉପସ୍ଥିତ ଥିଲେ l ଯଦି ୟୁ ଜି ସି ବିଲ୍ ଲାଗୁ ନ କଲେ ଆଗାମୀ ଦିନରେ ପୁଣି ରାଜ ରାସ୍ତା ରେ ଓହ୍ଲାଇବେ ବୋଲି ଏସି ଏସ୍ ଟି ଓ ପଛୁଆ ବର୍ଗ ସଂଗଠନ ର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି।

କୋରାପୁଟ ଜିଲ୍ଲା ରୁ ଶ୳୲ମଖିଲ ଙ୍କ ରିପୋର୍ଟ

Related posts

ଶ୍ରମ କୋଡ଼ ଲାଗୁ ବିରୁଦ୍ଧରେ ମିଳିତ ମଞ୍ଚର ଗଣବିକ୍ଷୋଭ

Sunil Chandra Nayak

ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ର ‘ଅଲ୍ ଇତୁନ ଆଶ୍ରା” ଆନୁକୁଲ୍ୟରେ ମୁକ୍ତ ଅଲଚିକି ଲିପି ଶିକ୍ଷା ଶୁଭାରମ୍ଭ

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!