ସେକ୍ଟର ୧୯ ଥାନାରେ ଆମ ପୁଲିସ ର ବୈଠକ
ରାଉରକେଲା: ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗଦେଇଥିବା ଜୋନାଲ ଡିଏସପି ମନୋରଞ୍ଜନ ପ୍ରଧାନ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଆମ ପୁଲିସ ର ସଦସ୍ୟ ମାନଙ୍କୁ ସମ୍ବୋଧିତ କରିଥିଲେ। ଆମ ପୁଲିସର ବରିଷ୍ଠ ସଦସ୍ୟ ଡ ସୁମନ ଦତ୍ତଙ୍କ ସ୍ବାଗତ ଭାଷଣ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଶ୍ରୀ ପ୍ରଧାନ ଆମ ପୁଲିସର ଆଭିମୁଖ୍ୟ, ଆମ ପୁଲିସ ର ଅର୍ଥ ଆମର ପୁଲିସ,ସାଇବର ଠକେଇ ରୁ ବଞ୍ଚିବା ପାଇଁ ପ୍ରୟାସ,ଟ୍ରାଫିକ ନିୟମ ପାଳନ, ଆବଶ୍ୟକ ସ୍ଥଳେ ୧୧୨ କୁ କଲ୍ କରିବା ଓ ଲୋକଙ୍କ କଥା ଶୁଣିଲେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମିବ ବୋଲି ମତ ରଖିଥିଲେ। ଆବାହକ ଥାନା ପ୍ରଭାରୀ ଶ୍ରୀ ସାହୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ପାରିବାରିକ ହିଂସା ଆଇନ ତଥା ୩ଟି ନୂତନ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଆସନ୍ତା ୬ ତାରିଖ ଦିନ ସେକ୍ଟର ୨୦ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆମ ପୁଲିସ ର ଏକ ସଚେତନତା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ବରିଷ୍ଠ ସଦସ୍ୟ ଡ ଦତ୍ତ ତାଙ୍କ ବକ୍ତବ୍ୟରେ ପୁଲିସ ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିବା ସହ ବିଭିନ୍ନ ପ୍ରସଂଗ ଉତ୍ଥାପନ କରିଥିଲେ। ଶେଷରେ ଅନ୍ୟତମ ସଦସ୍ୟ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଥାନା ପକ୍ଷରୁ ଏସଆଇ ଦୁର୍ଯୋଧନ ପ୍ରଧାନ, ଏସଆଇ ରାଜେଶ ବେହେରା,ଏଏସଆଇ ମନୋରଞ୍ଜନ ପରିଡା, ସୁରେଶ ଦାସ, ଆମ ପୁଲିସ ତରଫରୁ ନିହାର ଦାସ, ସନ୍ତୋଷ ସ୍ବାଇଁ, ସୁବାସ ଗୁପ୍ତା, ଚନ୍ଦ୍ରକାନ୍ତ ସାହୁ, ମନୋଜ ନାୟକ,ସମସାଦ ଆଲାମ, ଶ୍ୟାମସୁନ୍ଦର ସ୍ବାଇଁ, ମନୋରମା ସାହୁ, ପ୍ରମୋଦ କୁମାର ଭଞ୍ଜ, ଅରୁଣ ସିଂ,ଅଜୟ ବେହେରା, ନିଳାଦ୍ରୀ ପ୍ରସାଦ, ହେମନ୍ତ ଦାସ,ସୁନିଲ ନାୟକ,ଏସ ଜୟକୃଷ୍ଣ, ଜଗନ୍ନାଥ ରାୟ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

