ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ବର ବ୍ଲକରେ ପାରମ୍ପରିକ ପୋଷାକ ପରିଧାନ ଦିଵସ ପାଳନ ଅବସରରେ ଦକ୍ଷ କାର୍ଯ୍ୟରତ ପାଇଁ ପାଞ୍ଚ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଜଳେଶ୍ବର ବ୍ଲକରେ ପାରମ୍ପରିକ ପୋଷାକ ପରିଧାନ ଦିଵସ ପାଳନ ଅବସରରେ ଦକ୍ଷ କାର୍ଯ୍ୟରତ ପାଇଁ ପାଞ୍ଚ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଜଳେଶ୍ବର,୬/୪(ମନିସ) ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ।ଏହି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଓ ତୃତୀୟ ଦିନ ଅର୍ଥାତ୍‌ ଏପ୍ରିଲ ୨ ଓ ୩ ତାରିଖକୁ ପାରମ୍ପରିକ ପୋଷାକ ପରିଧାନ ଦିବସ “ଆମ ପୋଷାକ ଆମ ପରିଚୟ” ଦିବସ ଭାବେ ପାଳନ କରାଯାଇଛି।ଏହି ଅବସରରେ ଜଳେଶ୍ୱର ବ୍ଲକ ପକ୍ଷର ସମ୍ମିଳନୀ କକ୍ଷରେ ବିଡ଼ିଓ ଗୌରାଙ୍ଗ ଚରଣ ଘୋଷଙ୍କ ସଭାପତିତ୍ୱରେ ପାରମ୍ପରିକ ପୋଷାକ ପରିଧାନ ଦିଵସ ବା “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ ସହିତ ଜଳେଶ୍ୱର ବ୍ଲକରେ ବିଭିନ୍ନ ବିଭାଗର ଦକ୍ଷ କାର୍ଯ୍ୟ ପାଇଁ ୫ ଜଣ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପଞ୍ଚାୟତସ୍ଥରରେ ବିଭିନ୍ନ ରାସ୍ତାଘାଟ ସହିତ ବିଭିନ୍ନ ସିଭିଲ କାର୍ଯ୍ୟରେ ଭଲ ଦକ୍ଷତା ଅର୍ଜନ କରିଥିବା ଜୁନିୟର ଇଞ୍ଜିନିୟର ରବିନ୍ଦ୍ର କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୋକ୍ତି ଯୋଜନା ବିଭାଗରୁ ଏପିଇଓ ପାୟଲ ସାହୁ,ପିଇଓ ଦିନେଶ ସେଠୀ,ଏଡିଇଓ ରାନୁଶ୍ରୀ ଚନ୍ଦ,ଡିଇଓ ସନ୍ତୋଷ କୁମାର ପଣ୍ଡାଙ୍କୁ ବିଡ଼ିଓ ଗୌରାଙ୍ଗ ଚରଣ ଘୋଷ ଏବଂ ବ୍ଲକ ଅଧକ୍ଷ ମାନସ କୁମାର ଜେନା,ଏବିଡିଓ ସୁଧୀର କୁମାର ସାହୁ,କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ବିଶ୍ୱାଳ,ବ୍ଲକ ଫାଇନାନ୍ସ ଅଫିସର ଜୀବନ କୁମାର ପରିଡ଼ା,ସିପି ସୁଜିତ କୁମାର ଜେନା,ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିକ୍ରମ କୁମାର ଜେନା ପ୍ରମୁଖ ଅତିଥି ଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସମସ୍ତ ପିଇଓ ଏଡିଇଓ ତଥା ବ୍ଲକର ସମସ୍ତ ଅଧିକାରୀ ମାନେ ପାରମ୍ପାରିକ ପୋଷାକ ପରିଧାନ କରି “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ ସହିତ ସମସ୍ତ କାର୍ଯ୍ୟରେ ସଫଳତାର ସହ ସହଯୋଗ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପ୍ରଣତି ପଟ୍ଟନାୟକ କନ୍ଦରପୁର କଲେଜର ନୂତନ ଅଧ୍ୟକ୍ଷା

Sunil Chandra Nayak

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

Sunil Chandra Nayak

ଶିକ୍ଷା ବଜେଟ ଅଭିଭାଷଣ ରଖି ଖଡ଼ିଆଳ ବିଧାୟକ ଶିକ୍ଷା ଅଧିକାର ଆଇନ ୧୦ ବର୍ଷ ପରେ ଲାଗୁ, ମାଗଣା ଶିକ୍ଷା ବ୍ୟବସ୍ଥା, କେବିକେ ଅଂଚଳରେ ୧୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା , ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି, ଖଡ଼ିଆଳ ସ୍ଵୟଂ ଶାସିତ କଲେଜ କୁ ସରକାରୀ କଲେଜ ମାନ୍ୟତା ଦାବି

Sunil Chandra Nayak

Leave a Comment

error: Content is protected !!