ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମଝରିଆ ହାଇସ୍କୁଲରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

କୁମଝରିଆ ହାଇସ୍କୁଲରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା: ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଶିବିର ରାଉରକେଲା ବନଖଣ୍ଡ ପକ୍ଷରୁ ଡ଼ିଏଫଓ ଯଶବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କୁମଝରିଆ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟଜିତ ସୁତାର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷନ ପ୍ରଦାନ କରିଥିଲେ l ବିରମିତ୍ରପୁର ଫରେଷ୍ଟ ରେଞ୍ଜ ଅଫିସର ସୁଦେସ୍ନା.ଏସ. ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ରେ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିବା ସହ ଜଙ୍ଗଲ ନିଆଁ ଯୋଗୁଁ କିପରି ଉଦ୍ଭିଦ, ବନ୍ୟଜନ୍ତୁ ଓ ବିଭିନ୍ନ ପ୍ରଜାତି ପ୍ରଭାବିତ ହୁଅନ୍ତି ସେ ସମ୍ପର୍କ ରେ ଆଲୋଚନା କରିଥିଲେ l ଜଙ୍ଗଲ ସମ୍ପଦ ର ସୁରକ୍ଷା ପାଇଁ ସେ ଆହ୍ୱାନ କରିଥିଲେ l ସମ୍ମାନିତ ଅତିଥି ଭାବେ ବିରମିତ୍ରପୁର ଫରେଷ୍ଟର କ୍ଷିତି ଭୂଷଣ ମହନ୍ତ, ସମାଜସେବୀ ଅମୁଲ୍ୟ କୁମାର ଜେନା, ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକ ଦାସ ପ୍ରମୁଖ ମଂଚାସୀନ ରହି ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ଜଙ୍ଗଲ ନିଆଁ ଯୋଗୁଁ ଜୈବ ବିବିଧତା ହ୍ରାସ ପାଇବା, ମୂର୍ତ୍ତିକା କ୍ଷୟ, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ଯୋଗୁଁ ମାନବ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ ବୋଲି କହିଥିଲେ l ଏଣୁ ଶୁଖିଲା ପତ୍ର ରେ ନିଆଁ ନଲଗାଇବା, ଯଦି କେଉଁଠି ବନାଗ୍ନୀ ଘଟେ ତାହାକୁ ଲିଭାଇବା ଓ ବନ ବିଭାଗକୁ ସୂଚନା ଦେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ l ଏଥିନେଇ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ଶପଥ ପାଠ କରାଇଥିଲେ l ଏହାପରେ ସ୍କୁଲର ଛାତ୍ରୀମାନେ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ, ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଥିଲା l ଅନ୍ୟ ଛାତ୍ରୀ ମାନେ ଜଙ୍ଗଲ ନଷ୍ଟ ନକରିବା ନେଇ ଏକ ସୁନ୍ଦର ସଂଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସାଗରୀକା ନାୟକ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷୟତ୍ରୀ ସନ୍ତୋଷିନୀ ପତିଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଶତାଧିକ ଛାତ୍ର ଛାତ୍ରୀ ଉତ୍ସାହ ର ସହ ଉପସ୍ଥିତ ଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ତାଲଡ଼ିହି ଗ୍ରାମରେ ଆଦିବାସୀ ଗ୍ରାମ କମିଟିର ସଚେତନତା ସଭା ଅନୁଷ୍ଠିତ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ 

ରାଉରକେଲା ମହାନଗରରେ ଆରଏସଏସ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ 

masiha

Leave a Comment

error: Content is protected !!