ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କକଡାଗୁଡା ରେ ଗଣ୍ଡଗୋଳ ଘଟଣାରେ ୨ ଗିରଫ 

କକଡାଗୁଡା ରେ ଗଣ୍ଡଗୋଳ ଘଟଣାରେ ୨ ଗିରଫ 

ଡାବୁଗାଁ, ୧୬/୪ (ମ.ନି.ସ.):- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅଧିନ କକଡାଗୁଡା ଗ୍ରାମରେ ଗଣ୍ଡଗୋଳ ଘଟଣାରେ ୨ ଜଣ ଙ୍କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ବୁଧବାର ରାତିରେ ଚିଚିବାଇ ଗ୍ରାମର ଡମୁ ଜାନି (୩୫) ତାର ସାଙ୍ଗ ମାନଙ୍କ ସହ ରାତିରେ ଯାତ୍ରା ଦେଖୁବାକୁ ଆସିଥିଲେ ଏବଂ ସେହି ଗ୍ରାମରେ ରାତ୍ରି ରେ ଯାତ୍ରା ଦେଖି ଗୁରୁବାର ସକାଳ ପ୍ରାୟ ୫ ଘ. ସମୟରେ ନିଜ ଗ୍ରାମକୁ ଫେରୁଥିବା ବେଳେ କକଡାଗୁଡା ଗ୍ରାମର ୧୬ ବର୍ଷର ନାବାଳକ ଆସି ପାଟିତୁଣ୍ଡ କରିଥିଲା | ଏହି ସମୟରେ ହଠାତ ନାବାଳକ ଏକ ଫାର୍ସା ସହିତ ଡମୁ ଜାନିକୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା । ଏହାପରେ ସେହି ସ୍ଥାନରେ ଥିବା ଡମୁର ସାଙ୍ଗ ମାନେ ଏବଂ ଚଚରାଗୁଡା ଗ୍ରାମର କିଛି ଯୁବକ ତାଙ୍କୁ ଡାବୁଗାଁ ମେଡିକାଲ କୁ ଆଣିଥିଲେ । ଡମୁ ଜାନି ର ଅବସ୍ଥା ବହୁତ ଗୁରୁତ୍ୱର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉନ୍ନତ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା | ବର୍ତ୍ତମାନ ସେଠାରେ ଡମୁ ଜାନୀ ଚିକିତ୍ସିତ ଅଛନ୍ତି | ଏନେଇ ଆହତ ଙ୍କ ଭାଇ ମନବୋଧ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୭୮/୨୬ ରେ ଏକ ମାମଲା ରୁଜୁ କରି ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ତଦନ୍ତ କରି କକଡାଗୁଡା ଗ୍ରାମର ଜଣେ ନାବାଳକ ଓ ତାଙ୍କ ଭାଇ ରମେଶ ଗୌଡ(୨୪) ଙ୍କୁ ଶୁକ୍ରବାର ଗିରଫ କରିଥିଲେ | ରମେଶ ଗୌଡଙ୍କୁ ଉମରକୋଟ କୋର୍ଟକୁ ଚାଲାଣ କରାଯାଇଛି ଓ ନାବାଳକକୁ କୋର୍ଟ ରେ ହଜାର କରାଯାଇ କଳାହାଣ୍ଡି ଜିଲା ଭାବନିପାଟଣା ସ୍ଥିତ ବାଳସୁଧାର ଗୃହ କୁ ପଠାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

Sunil Chandra Nayak

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

ଚୋରା ଚାଲାଣ ସମୟରେ କାଠ ସହ ଟ୍ରକ ଜବତ 

Sunil Chandra Nayak

Leave a Comment

error: Content is protected !!