ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଲିସ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଛତ୍ରାଦାଣ୍ଡି ଜଙ୍ଗଲରେ ପୁଲିସ-ମାଓ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନ୍ଧାର ରାତି ଓ ଜଙ୍ଗଲି ଅଞ୍ଚଳର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିବାବେଳେ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ସ୍ଥାନୀୟ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିତିନ କୁଶଲକର କହିଛନ୍ତି ଯେ, ସୋମବାର ରାତି ପ୍ରାୟ ୯ଟା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ମାଓବାଦି ଗତିବିଧି ନେଇ ଖବର ମିଳିବା ପରେ ୧୦ଜଣ ସ୍ୱେଚ୍ଛାକୃତ ପୁଲିସ ଓ ଏକ ଏସଓଜି ଦଳ ତୁରକେଲା ଥାନା ଅଧିନସ୍ଥ ଛତ୍ରାଦାଣ୍ଡି ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେଠାରେ ପ୍ରାୟ ୫ରୁ ୬ଜଣ ସଶସ୍ତ୍ର ମାଓବାଦିଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ମାଓବାଦିଙ୍କ ତରଫରୁ ଅତର୍କିତ ଗୁଳି ଚାଲନା ହୋଇଥିଲା । ଏହାର ଜବାବ ଦେବାକୁ ଯାଇ ପୁଲିସ ଓ ଏସଓଜି ଦଳ ମଧ୍ୟ ଗୁଳି ଚଳାଇଥିଲା । ପ୍ରାୟ ୧୦ ମିନିଟର ସଂଘର୍ଷ ପରେ ମାଓବାଦି ସେଠାରୁ ଫେରାର ମାରିଥିଲେ । ଘଟଣାସ୍ଥଳରୁ ୩ଟି ଛୁରି, ଗୋଟିଏ ଟର୍ଚ୍ଚ, ୨ଟି ଯୋତା, ଗୋଟିଏ ଟୁରିଷ୍ଟ ବ୍ୟାଗ, ଗୋଟିଏ ତାରପୋଲିନ, ଗୋଟିଏ ସୋଲାର ପ୍ୟାନେଲ, ୩ଟି ମଗ, ୩ଟି ପାଣି ଜାର, ୨ଟି ଶାର୍ଟ ଓ ହଳେ ପ୍ୟାଣ୍ଟ ମିଳିଥିଲା । ଉକ୍ତ ଘଟଣାରେ ପୁଲିସ ପକ୍ଷରୁ ୧୦୯ ରାଉଣ୍ଡ ଗୁଳି ଚଲା ଯାଇଥିବାବେଳେ ଅନୁସନ୍ଧାନ ମଧ୍ୟ ଜାରି ରହିଥିବା ଏସପି ସୂଚନା ଦେଇଥିଲେ ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ କିନ୍ତୁ 108 ପାଖରେ ପହଁଚିବା ବେଳେ ଜନ୍ମ ଦେଲେ ସନ୍ତାନ

Sunil Chandra Nayak

ଭ୍ରମର ବାଗ ଙ୍କ କବିତା ହେ ଚକାଆଖି ମୋତେ ଦିଅ ଆଶିଷ 

ରୁପ୍ରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ, ବାର୍ଷିକ ପରୀକ୍ଷା ଫଳ ଘୋଷଣା ଓ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!