ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ଜିଲ୍ଲାରେ ମହିଳା ଜନ ଆକ୍ରୋଶ ସମାବେଶ 

ନବରଙ୍ଗପୁର ଜିଲ୍ଲାରେ ମହିଳା ଜନ ଆକ୍ରୋଶ ସମାବେଶ 

ନବରଙ୍ଗପୁର:(୨୬|୪)(ରବି ନାରାୟଣ ମହାନ୍ତି) ସଂସଦରେ ଆଗତ ନାରୀ ବନ୍ଦନ ଅଧିନିୟମକୁ ବିରୋଧ ପାରିତ କରିବାକୁ ଦେଇ ନ ଥିବାରୁ ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହେଉଛି l ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି lବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ରମାଝୀ,ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତ୍ରl, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ବାସନ୍ତୀ ମାଝୀ,ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାପତି ଶର୍ମିଷ୍ଠା ଦେଓ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ବରିଷ୍ଟ ବିଜେପି ନେତ୍ରୀ ପ୍ରୀତି ସ୍ନିଗ୍ଧା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ନବରଙ୍ଗପୁର ଠାରେ ମହିଳା ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ଚାମୁରିଆଗୁଡା ଠାରେ ପହଞ୍ଚିଥିଲେ l ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରିଥିବା ବିରୋଧୀଙ୍କ ବିରୋଧରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏହାପରେ ଚାମୁରିଆଗୁଡା ଠାରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଥିଲା l ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରୁଥିବା ବିରୋଧୀ ମାନଙ୍କୁ ନାରୀ ମାନେ ଆଗାମୀ ଦିନରେ ନିଶ୍ଚୟ ଉଚିତ୍ ଜାବାବ ଦେବେ ବୋଲି ଏହି ସମାବେଶରେ ମତ ପ୍ରକାଶ ପାଇଥିଲା l ମହିଳା ନେତ୍ରୀ ମାନେ ମହିଳା ଆରକ୍ଷଣ ବିଲକୁ ବିରୋଧ କରିଥିବା ଦଳ କଂଗ୍ରେସ , ବିଜେଡି ମହିଳା ବିରୋଧୀ ବୋଲି ଉପସ୍ଥାପନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆମପାଣି ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ ବୈଠକ

Sunil Chandra Nayak

ବିଜେପି ପକ୍ଷରୁ ଭୋଟର ସଚେତନ ମହାଅଭିଯାନ

masiha

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!