ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ସାଂସଦ ଏବଂ ବିଧାୟକ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ

ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ସାଂସଦ ଏବଂ ବିଧାୟକ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ 

ବିଜେପିର ପୂର୍ବତନ ନଗର ସଭାପତି,ରାଇରଙ୍ଗପୁର  ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ,ଅଖିଳ ଭାରତୀୟ  ବିଦ୍ୟାର୍ଥୀ ପରିଷଦର ପୂର୍ବତନ ଜିଲ୍ଲା ସମ୍ପାଦକ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବତନ ପ୍ରଚାର ପ୍ରମୁଖ ଙ୍କୁ ରାଜ୍ୟ ସରକାର  ଶିଶୁ ମଙ୍ଗଳ ସମିତି ମୟୂରଭଞ୍ଜ ର ସଦସ୍ୟ ମନୋନୀତ କରିଥିବାରୁ ସାଂସଦ ଏବଂ ବିଧାୟକ ସମ୍ବର୍ଦ୍ଧନା କରିଛନ୍ତି l

ସୁରଥ ପଟ୍ଟନାୟକ ଜଣେ ଶିଶୁ ପ୍ରିୟ ଶିକ୍ଷକ,ଜୀବନର 30 ବର୍ଷ ଶିକ୍ଷକତା ଜୀବନରେ ଶହ,ଶହ ଶିଶୁ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଶିଶୁ ଶ୍ରମିକ ମାନଙ୍କୁ ନେଇ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି l 

ଶିଶୁ ଶ୍ରମିକ ମାନଙ୍କ ପାଇଁ ମାଗଣାରେ ନୃତ୍ୟ,ନାଟକ,ଚିତ୍ରାଙ୍କନ ସଂସ୍ଥା ଖୋଲିଥିଲେ ଯାହାକୁ ସେ ସମୟର ଝାଡ ଖଣ୍ଡ ରାଜ୍ୟପାଳ ମହାମହିମ ଉଦ୍ଘାଟନ କରିଥିଲେ l ସେ ଜଣେ ନିଷ୍ଠାପର, ଶୃଙ୍ଖଳିତ ,ସୁବକ୍ତା ,ସୁସଂଗଠକ ,ଲେଖକ,ସମାଜ ସଂସ୍କାରକ ,ସ୍ତମ୍ଭ ଲେଖକ,ଅଧିବ୍ୟକ୍ତା,ସାମ୍ବାଦିକ ମଧ୍ୟ ଥିଲେ l 

ଆଜି ପଶ୍ଚିମ ମୟୁରଭଂଜ ଜିଲ୍ଲା ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିରରେ ବିଜେପିର ମୟୂରଭଞ୍ଜ ସାଂସଦ,ବିଧାୟକ ଜଳେନ୍ ନାୟକ,ବିଜେପିର ବରିଷ୍ଠ ରାଜ୍ୟ ନେତା ନବୀନ ରାମ,ରାଇରଙ୍ଗପୁର ନଗର ମଣ୍ଡଳ ସଭାପତି ସୁନିଲ ମହାନ୍ତ,ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦକ ମିଥିଳା ଟୁଡୁ,ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଆଲୋକ ରଂଜନ ମହାନ୍ତ ,ମୋନଜ ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ସରଜ ମହାନ୍ତ, ଶିବୁ ଅଗ୍ରୱାଲ,ଯୋଗେନ୍ଦ୍ର ବେହେରା ପ୍ରଭୁତି ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଏବଂ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ସାଧୁବାଦ ଦେଇଛନ୍ତି l

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ଧାନମଣ୍ଡିରେ ଧାନକ୍ରୟ ଅନିୟମିତତା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଖବରଦାତା ସମ୍ମିଳନୀ

Sunil Chandra Nayak

ବାରିପଦା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ , ପି ସି ପୁର ସ୍କୁଲ ଶ୍ରେଷ୍ଠ ସାଂସ୍କୃତିକ ଦଳ ବିବେଚିତ

Sunil Chandra Nayak

ଆଦର୍ଶ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ହୋଇଯାଇଛି

Sunil Chandra Nayak

Leave a Comment

error: Content is protected !!