ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସଚିବାଳୟ ସ୍ୱଳ୍ପ ବେତନ ଭୋଗୀ କର୍ମଚାରି ଉନ୍ନୟନ ଓ ବହୁମୁଖୀ ସମବାୟ ସମିତି ଲିଃ ର ୫୩ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ 

ଓଡ଼ିଶା ସଚିବାଳୟ ସ୍ୱଳ୍ପ ବେତନ ଭୋଗୀ କର୍ମଚାରି ଉନ୍ନୟନ ଓ ବହୁମୁଖୀ ସମବାୟ ସମିତି ଲିଃ ର ୫୩ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ 

ଭୁବନେଶ୍ୱର ;ଓଡ଼ିଶା ସଚିବାଳୟ ସ୍ୱଳ୍ପ ବେତନ ଭୋଗୀ କର୍ମଚାରି ଉନ୍ନୟନ ଓ ବହୁମୁଖୀ ସମବାୟ ସମିତି ଲିଃ ର ୫୩ ତମ ବାର୍ଷିକ ସାଧାରଣ ସଭା ସ୍ଥାନିୟ ଜୟ ଦେବ ଭବନରେ ଆୟୋଜିତ ହୋଇଯାଇଛି । ଏଥିରେ ଭାର ପ୍ରାପ୍ତ ସଭପତି କୃଷ୍ଣପ୍ରିୟା ମହାପାତ୍ର ଙ୍କ ସଭାପତିତ୍ୱରେ ସଭା କାଯ୍ୟ ଆରମ୍ଭ କରାଯାଇଥିଲା । ଉପସ୍ଥାପନା କରୁଥିଲେ ସଦସ୍ୟ ଶ୍ରୀ ଭରତ ଚନ୍ଦ୍ର ନାୟକ , ସଂପାଦକ ଶ୍ରୀ ପ୍ରସନ୍ନ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସମ୍ମାନୀୟ। ଗାୟତୀ ପଟ୍ଟନାୟକ – ଅତିରିକ୍ତ ଶାସନ୍ ସଚିବ ସମବାୟ ବିଭାଗ, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ପ୍ରିୟବ୍ରତ ପଣ୍ଡା , ସହକାରି ନିବନ୍ଧକ ସମବାୟ ସମିତି ସମୁହ ଭୁବନେଶ୍ୱର, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଭବାନୀ ଶଙ୍କର ପୁଷ୍ପାଳକ -ସହ ସମିକ୍ଷକ ଖୋର୍ଦ୍ଧା ସମିକ୍ଷା ମଣ୍ଡଳ ଖୋର୍ଦ୍ଧା ଓ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସିମାଞ୍ଜଳ ତ୍ରିପାଠି ସମିକ୍ଷକ ଖୋର୍ଦ୍ଧା ମଣ୍ଡଳ ଖୋର୍ଦ୍ଧା , ସମିତିର ଉନ୍ନତି ପାଇଁ ଅତିଥି ମାନେ ନୂଆ ଦିର୍ଗଦର୍ଶନ ଦେଇଥିଲେ । ସମିତିର ସଭ୍ୟ ସଂଖ୍ୟା କମିଯାଉଥିବା ରୁ ମୁଖ୍ୟ ଅତିଥି ଏକ ପ୍ରସ୍ତାବ ଦେଇଥିଲେ ଅନ୍ୟ ସରକାରୀ ଅଫିସରୁ ଓ ମୁଖ୍ୟ ଦପ୍ତର ରୁ ନୂତନ ସଭ୍ୟ ଗ୍ରହଣ କରାଗଲେ ସମିତିର ସଭ୍ୟ ସଂଖ୍ୟା ବୃଦ୍ଧି ହେବ ସମିତିର ଉପବିଧି ପରିବର୍ତ୍ତନ କରିବାକୁ ପଡ଼ିବ ଏହା ଏକ ସ୍ଵାଗତ ଯୋଗ୍ୟ ନିଷ୍ପତ୍ତି ଅଟେ,ସଦସ୍ୟ ଶ୍ରୀ ହାଡିବନ୍ଧୁ ଦାସ , ପୂର୍ବତନ ସଭାପତି ଶ୍ରୀ ହରିପ୍ରସନ୍ନ ମହାନ୍ତି ଉପସ୍ଥିତ ଥିଲେ । ସମିତି ର ସମସ୍ତ ପରିଚାଳନା ପରିଷଦର ସଦସ୍ୟ ଓ ସଭ୍ୟା ସଭ୍ୟ ମାନେ ବହୁ ସଂଖ୍ୟାରେ ଯୋଗଦେଇ ସଭା ଶୃଙ୍ଖଳାର ସହିତ ଅତିଥିମାନଙ୍କୁ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଉଥିଲା । 

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଲିଙ୍ଗ ନିର୍ଯାତନା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

masiha

୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପ୍ରସ୍ତୁତି ବୈଠକ 

Sunil Chandra Nayak

୭୭ତମ ସ୍ବାଧୀନତା ଦିବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ଲକ ପ୍ରଶାସନ

masiha

Leave a Comment

error: Content is protected !!