ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ଭୀଷଣ ଖରା ଓ ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁହରା ଗ୍ରାମ ପଞ୍ଚାୟତଠାରେ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ବିନ୍ଦୁମିନା ସେବା ଫାଉଣ୍ଡେସନ” ପକ୍ଷରୁ ଅଞ୍ଚଳର ପାଖାପାଖି ଏକ ହଜାର ଅସହାୟ, ଗରିବ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନଙ୍କୁ ଛତା ଓ ଚପଲ ବଣ୍ଟାଯାଇଛି।ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ବଞ୍ଚିତ ଶ୍ରେଣୀର ଲୋକଙ୍କୁ ପ୍ରଖର ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଛତା ଏବଂ ଚପଲ ବଣ୍ଟନ କରାଯାଇଥିବା ବେଳେ ଲୋକଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସମାଜସେବୀ ସହଯୋଗ କରିଥିଲେ। ଫାଉଣ୍ଡେସନର ଏଭଳି ମାନବୀୟ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ଏହି ସେବା କାର୍ଯ୍ୟ ଜାରି ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜରୁରୀ କାଳୀନ ସଭା ଅନୁଷ୍ଠିତ

masiha

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!