ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ଭୀଷଣ ଖରା ଓ ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁହରା ଗ୍ରାମ ପଞ୍ଚାୟତଠାରେ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ବିନ୍ଦୁମିନା ସେବା ଫାଉଣ୍ଡେସନ” ପକ୍ଷରୁ ଅଞ୍ଚଳର ପାଖାପାଖି ଏକ ହଜାର ଅସହାୟ, ଗରିବ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନଙ୍କୁ ଛତା ଓ ଚପଲ ବଣ୍ଟାଯାଇଛି।ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ବଞ୍ଚିତ ଶ୍ରେଣୀର ଲୋକଙ୍କୁ ପ୍ରଖର ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଛତା ଏବଂ ଚପଲ ବଣ୍ଟନ କରାଯାଇଥିବା ବେଳେ ଲୋକଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସମାଜସେବୀ ସହଯୋଗ କରିଥିଲେ। ଫାଉଣ୍ଡେସନର ଏଭଳି ମାନବୀୟ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ଏହି ସେବା କାର୍ଯ୍ୟ ଜାରି ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

Sunil Chandra Nayak

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ 

masiha

ମହୁଲଡିହାଁ ସତସଙ୍ଗ କେନ୍ଦ୍ର ଠାରେ ଯୁବ ସଚସଙ୍ଗୀଙ୍କ ଦ୍ବାରା ଶ୍ରୀ ଶ୍ରୀ ଠାକୁରଙ୍କ ର ଭାଦ୍ରବ ସତସଙ୍ଗ ଅନୁଷ୍ଠିଚ

Sunil Chandra Nayak

Leave a Comment

error: Content is protected !!