ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

ଭଞ୍ଜନଗର,ତା ୨୨/୫ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନ ଉପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ପ୍ରାୟ ୭-୮ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏଥିରେ ବିଶେଷ କିଛି କ୍ଷତି ହୋଇନ‌ଥିବା ଜଣାପଡ଼ିଛି। ଶ୍ରୀ ମହାପାତ୍ର ବ୍ୟକ୍ତିଗତ କାମରେ ବାହାରେ ଥିବା ବେଳେ ପରିବାର ଲୋକ ଏହି ଘଟଣା ପରେ ଭୟଭୀତରେ ରହିଛନ୍ତି। ଥାନା ଅଧିକାରୀ ଜୀବନାନନ୍ଦ ଜେନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ପରେ ଭଞ୍ଜନଗରରେ ବୋମା ପଡିଥିବା ବେଳେ ଥାନା ପଛ ପଟେ ବୋମା ମାଡ଼ କରି ଦୁର୍ବୃତ୍ତ ମାନେ ପୁଲିସକୁ ଏକ ପ୍ରକାରର ଚ୍ୟାଲେଞ୍ଜ ଦେଇଛନ୍ତି।

Related posts

ଅବକାରୀ ବିଭାଗର ମାରାଥନ ଚଢାଉ : ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ , 4 ଜଣ ଗିରଫ 

masiha

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

masiha

ଡାବୁଗାଁ ହାଟରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଡକାୟତି ନେଇ ଥାନାରେ ଏତଲା

masiha

Leave a Comment

error: Content is protected !!