ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ୍ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ୍ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

କଟକ : କଟକ ସଦର ୪୨ ମୌଜା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ୱାମୀଜୀ ଯୁବକ ସଂଘ ବରାଳ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ପ୍ରତିଷ୍ଠାତା ଇଂ.ବିରଞ୍ଚି ଭୂୟାଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବେଣ୍ଟକାର ଛାତ୍ରୀ ଶୁଶ୍ରୀ ଶ୍ରୁତିଲିକା ଦେବତା ୫୫୩ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ,ସେହି ବିଦ୍ୟାଳୟର ଛାତ୍ର ଅଙ୍କିତ ଅଂଶୁମାନ ଶିଶୁ ୫୫୨ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଯୁଗ୍ମ ତୃତୀୟ ସ୍ଥାନରେ ଥିଲେ ମହେନ୍ଦ୍ର ସ୍ମୃତି ନୀଳକଣ୍ଠନାଥ ବିଦ୍ୟାପୀଠର ଛାତ୍ର ସାଇ ସତ୍ୟ ସାହୁ ଏବଂ କୁଳସାରିଚୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସମୃଦ୍ଧି ମହାପାତ୍ର ଯେଉଁମାନେ ୫୪୨ ନମ୍ବର ରଖିଥିଲେ । ଏଥିସହ ମହେନ୍ଦ୍ର ସ୍ମୃତି ନୀଳକଣ୍ଠନାଥ ବିଦ୍ୟାପୀଠର ଛାତ୍ରୀ ରୂପସ୍ମିତା ଭୂୟାଁ ୪୮୦ ନମ୍ବର ଏବଂ ସି.ବି.ଏ.ସି ବୋର୍ଡର ଟପ୍ପର ୪୭୮/୫୦୦ ରଖିଥିବା ସୁଶ୍ରୀ ସୁନୟନା ପରିଡା,ସେଣ୍ଟ ଜେଭିଅର୍ସ ହାଇସ୍କୁଲ କନ୍ଦରପୁରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସଂଘର ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଗୃହକୁ ଯାଇ ସମ୍ବର୍ଦ୍ଧିତ କରିଥିଲେ। ଏହି ମହତ୍ କାର୍ଯ୍ୟରେ ସଂଘର ସଭାପତି ମଦନ ମୋହନ ରାଉତ,ସମ୍ପାଦକ ଇଂ.ସୁରଜ ବେହେରା, ସହ-ସମ୍ପାଦକ ପ୍ରଦୀପ କୁମାର ଭୂୟାଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସଂଘର ମୁଖ୍ୟ ପରିଚାଳକ ସେବକ ସୂର୍ଯ୍ୟ ନାରାୟଣ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ପଛୁଆ ର ସର୍ଭେ

Sunil Chandra Nayak

ବନ୍ଧୁଗାଁ ବ୍ଲକର ପ୍ରତି ଗାଁର ଘରେ ଘରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଅଙ୍ଗୱାଡ଼ି ଦିଦି ବାଣ୍ଟିଲେ ସର୍ଭେ ସମ୍ବନ୍ଧୀୟ ସୁଚନା ପତ୍ର

ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ 

masiha

Leave a Comment

error: Content is protected !!