ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଵିଜୁମହିଳା ଜନତା ଦଳ ତରଫରୁ ବିଶାଳ ‘ ନାରୀ ଅଧିକାର ଅଭିଯାନ’

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଵିଜୁମହିଳା ଜନତା ଦଳ ତରଫରୁ ବିଶାଳ ‘ ନାରୀ ଅଧିକାର ଅଭିଯାନ’

ରାଇରଙ୍ଗପୁର – ୨୯/୦୫ — ରାଜ୍ୟରେ ମହିଳାଙ୍କ ଉପରେ ଶାରିରୀକ, ମାନସିକ ନିର୍ଯାତନା, ବ୍ୟଭିଚାର, ଦରଦାମ ବୃଦ୍ଧି, ପେଟ୍ରୋଲ ଓ ଗ୍ୟାସର ମାତ୍ରାଧିକ ଦରବୃଦ୍ଧି, ମହିଳା ସୁରକ୍ଷା ନେଇ ଆଜି ରାଇରଙ୍ଗପୁର ସଦର ମହକୁମାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ ଜନସଚେତନତା କାଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପ୍ରାକ୍ତନ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡୀ, ପ୍ରାକ୍ତନ ରାଜ୍ୟ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍, ଉଦଳା ନିର୍ବାଚନ ମଣ୍ଡଳୀ ପ୍ରାକ୍ତନ ବିଧାୟକ ଶ୍ରୀନାଥ‌ ସୋରେନ, ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରାକ୍ତନ ବିଧାୟକ ମଣ୍ଟୁ ପାତ୍ର,ରାଜ୍ୟ ବିଜେଡି ସଂପାଦକ ନିନା ଦାସ, ପଶ୍ଚିମ ମୟୂରଭଂଜ ବିଜେଡି ଜିଲ୍ଲା ସଭାପତି ଡାକ୍ତର ଦେବାଶିଷ ମାରାଣ୍ଡୀ, କାର୍ଯ୍ଯକାରୀ ସଭାପତି ରାଇସେନ ମୁର୍ମୁ, ସୋରଡ଼ା ନିଵାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥିନୀ ପ୍ରିତିନନ୍ଦା କାନୁନଗୋ,ଯଶିପୁର ନିର୍ବାଚନ ମଣ୍ଡଳୀ ଵିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ, ପ୍ରାକ୍ତନ ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ,ପ୍ରାକ୍ତନ ଯୁବ ବିଜେଡ଼ି ଜିଲ୍ଲା ସଭାପତି ଅଭିଷେକ ପଟଟନାୟକ,ମହିଳା ନେତ୍ରୀ ତନୁଜା ମହାନ୍ତ,ରାଇରଙ୍ଗପୁର ପୌରଉପାଧ୍ଯକ୍ଷା ଶ୍ରୀମତୀ ମମିତା ଚୌଧୁରୀଙ୍କ ସମେତ ବହୁ ଦଳୀୟ ନେତୃଵୃନ୍ଦ‌ସାମିଲ ହୋଇଥିଲେ ।ସ୍ଥାନୀୟ‌ ପିସିଏମ କଲ୍ୟାଣ ମଣ୍ଡପ ପରିସରରୁ ଏକ ବିଶାଳ ମହିଳା ଶୋଭାଯାତ୍ରା ସହର‌ ପରିକ୍ରମା କରି ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ ପରେ ଆୟୋଜିତ ଜନସଚେତନତା କାର୍ଯ୍ୟସ୍ଥଳ ଯୋଗ ଦେଇଥିଲେ ।ଅତିଥି ଗଣ କହିଥିଲେ ନାରୀମାନେ ଦେଶର ତଥା ସମାଜର ପ୍ରଗତିର‌ ।ମେରୁଦଣ୍ଡ ।ସେମାନେ ଯଦି ନିର୍ଯାତିତ,ଶୋଷିତ,ଚାପଗ୍ରସ୍ତ ,ଅସୁରକ୍ଷିତ,ଲାଞ୍ଛିତ ତାହାହେଲେ ଦେଶ ହେଉ ଅବା ସମାଜ ଆଗକୁ ବଢିବ କେମିତି ? ନାରୀ ନିର୍ଯାତନା ରେ ଓଡ଼ିଶା ଦେଶର ୨ ନମ୍ବର ସ୍ଥାନରେ ଅଛି ।ତଦସହ କେନ୍ଦ୍ର ସରକାର ୨୦୨୩ ରେ‌ ପାରିତ ମହିଳା ବିଲକୁ ଶିଘ୍ର ପାରିତ କରନ୍ତୁ ।ରାସ୍ତା,ଘାଟ ସରକାରୀ ଓ ବେସରକାରୀ,ଥାନା, କାର୍ଯ୍ୟାଳୟରେ ‌ମହିଳାମାନେ ଅସୁରକ୍ଷିତ ।ତେଣୁ ସରକାର ନାରୀ ସୁରକ୍ଷା ଏବଂ ଅଧିକାରକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ ।ପରେ ମହିଳା ନେତୃମଣ୍ଡଳୀ ମହିଳା ସୁରକ୍ଷା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

masiha

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ

Sunil Chandra Nayak

ପିଣ୍ଟୁ ଦାସଙ୍କ ମାଠିଆ ଚିହ୍ନର ମାରାଥନ ପ୍ରଚାର

masiha

Leave a Comment

error: Content is protected !!