ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ମାସିକ ଆଲୋଚନା ଚକ୍ର  ଆଧ୍ୟାତ୍ମିକ ଆଚରଣ ଜଳବାୟୁ ପରିବର୍ତ୍ତନ ର ସମାଧାନ 

ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ମାସିକ ଆଲୋଚନା ଚକ୍ର  ଆଧ୍ୟାତ୍ମିକ ଆଚରଣ ଜଳବାୟୁ ପରିବର୍ତ୍ତନ ର ସମାଧାନ 

ନବରଙ୍ଗପୁର:(୩୧|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର କେଉଟ ସାହିସ୍ଥିତ ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାର ପ୍ରାଙ୍ଗଣରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସରୋଜ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ଅୟୋଜିତ ଜଳବାୟୁ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ବିଜ୍ଞାନ ମାସିକ ଆଲୋଚନା ଚକ୍ରରେ ବକ୍ତା ଅଧ୍ୟାପକ ବନବିହାରୀ ଦାଶ ମନୁଷ୍ୟ ଶଯ୍ୟାତ୍ୟାଗ ଠାରୁ ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ଅନେକ ଛୋଟ ଛୋଟ ବ୍ୟାବହାରିକ ପରିବର୍ତ୍ତନ କରି ଜଳବାୟୁ ପରିବର୍ତ୍ତନ ରୂପକ ଦାନବର ବିନାଶ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ବକ୍ତା ସୀମାନ୍ତ ସାହିତ୍ୟ ପରିଷଦର ଅଶୋକ ପଟ୍ଟନାୟକ ଆଧ୍ୟାତ୍ମିକ ଆଚରଣ ଜଳବାୟୁ ପରିବର୍ତ୍ତନ ସମାଧାନ ର ଚାବିକାଠି ବୋଲି କହିଥିଲେ l ପ୍ରାରମ୍ଭରୁ ପାଠାଗାର ର ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ପ୍ରାରମ୍ଭିକ ସୂଚନା ଦେଇଥିଲେ l ଏହି ଅବସରରେ ନବରଙ୍ଗପୁର ସହରର ୨୦୨୫-୨୬ ବର୍ଷ ପାଇଁ ମାଧ୍ୟାମିକ ଶିକ୍ଷା ପରିଷଦ, କଟକ ଦ୍ଵାରା ପରିଚାଳିତ ଦଶମ ବୋର୍ଡ଼ ପରୀକ୍ଷା ଓଡିଆରେ ସର୍ବୋଚ୍ଚ ନମ୍ବର ରଖିଥିବା ଆଶୁତୋଷ ପାଣିଗ୍ରାହୀଙ୍କୁ ପ୍ରଥମ ଗୋପବନ୍ଧୁ ବିଶୋୟୀ ସାହିତ୍ୟ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା l ଦ୍ଵିତୀୟ ଅଧିବେଶନରେ କବି ଜାହ୍ନବୀ ପଣ୍ଡାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠର ଆୟୋଜନ କରାଯାଇଥିଲା l ଏଥିରେ ଅନେକ କବି ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ କବିତା ପାଠ କରିଥିଲେ l ଏଥିରେ ପ୍ରମୁଖ ଥିଲେ ଜଗଦୀଶ ତ୍ରିପାଠୀ,ସର୍ବେଶ୍ଵର ତ୍ରିପାଠୀ, ପର୍ଶୁରାମ ସାହୁ, ରତିକାନ୍ତ ରଘୁରାମ, ଅଧ୍ୟାପକ ବନବିହାରୀ ଦାଶ, ସବୁଜ ପାତ୍ର, ନିରଞ୍ଜନ ମିଶ୍ର, ପାଠାଗାରର ଉପଦେଷ୍ଟା ଡାଃ ରାଧାନାଥ ବେହେରା ସାଙ୍ଗଠନିକ ଦିଗ ଓ ଗୋପବନ୍ଧୁ ବିଶୋୟୀ ସ୍ମୃତି ସଂସଦ ଗଠନ ବିଷୟରେ ଆଲୋଚନା କରିଥିଲେ l ଶେଷରେ ସମ୍ପାଦକ ରଜନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭରଚୁଆଲ ମାଧ୍ୟମରେ ଉଦଘାଟନ

masiha

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

କର୍ପୋରେଟ୍‌‍ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

masiha

Leave a Comment

error: Content is protected !!