ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରି ଗ୍ୟାଙ୍ଗ ଆଗରେ ହାର ମାନୁଛି କି ଗୋଲାମୁଣ୍ଡା ପୁଲିସ ?  ଗୋଲାମୁଣ୍ଡା ବ୍ଲକ ରେ ବୃଦ୍ଧି ପାଇଛି, ଚୋରି ଡକାୟତି ଓ ରାହାଯାନୀ

ଚୋରି ଗ୍ୟାଙ୍ଗ ଆଗରେ ହାର ମାନୁଛି କି ଗୋଲାମୁଣ୍ଡା ପୁଲିସ ? 

ଗୋଲାମୁଣ୍ଡା ବ୍ଲକ ରେ ବୃଦ୍ଧି ପାଇଛି, ଚୋରି ଡକାୟତି ଓ ରାହାଯାନୀ
ସର୍ବମଙ୍ଗଳା ମହାବିଦ୍ୟାଳୟ ରୁ ୨ ଟି ସିସିଟିଭି ମନିଟର ଗାୟବ ବମାସକ ମଧ୍ୟ ରେ ହେଲାଣି ଚାରି ଚାରି ଟି ଚୋରି 

ଗୋଲାମୁଣ୍ଡା ୦୧/୦୬ — କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ଦୁଇଟି ଥାନା ଗୋଟିଏ ପୁଲିସ ଫାଣ୍ଡି ଥାଇ ମଧ୍ୟ ଦିନ କୁ ଦିନ ଚୋରି,ଡକାୟତି ରାହାଜନୀ ବୃଦ୍ଧି ପାଉଛି । ପୁଲିସ ର ଅପାରଗତା ଯୋଗୁଁ ଗୋଟିଏ ମାସରେ ଚାରି ଚାରି ଥର ଚୋରି ଡକାୟତି ହେଲାଣି । ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକ କୁ ଚୋରି ଗ୍ୟାଙ୍ଗ ନିଜ କବଜାକୁ ନେଇଥିବା ବେଳେ ନିଜର ଚରା ଭୂଇଁ କରିଥିବା ନେଇ ଏବେ ଜିଲ୍ଲା ସାରା ଚର୍ଚ୍ଚା ହେଉଛି ।ବର୍ତ୍ତମାନ ସିଆରପିକ୍ୟାମ୍ପ ବା ପୁରୁଣାଥାନା ରୁ ୧୦୦ ମିଟର ଦୂର ସର୍ବ ମଙ୍ଗଳା କଲେଜର ସିସିଟିଭି ମନିଟ ଚୋରି ହୋଇଛି । ପୁଲିସ ର ପାରିବା ପଣିଆ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହେଲାଣି । ଗୃହ ବିଭାଗ ପକ୍ଷରୁ ଥାନା ମାନଙ୍କ ରେ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ବେଳେ ଚୋରି ଧରିବା ରେ ଗୋଲାମୁଣ୍ଡା ପୁଲିସ ଫେଲ ମାରୁଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । 

ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ସର୍ବମଙ୍ଗଳା ମହାବିଦ୍ୟାଳୟ ରେ ଶନିବାର ରାତ୍ର ୧:୪୫ ଘଣ୍ଟା ସମୟରେ ସିସିଟିଭି ଫୁଟେଜ ରୁ ଜଣାପଡିଛି ଜଣେ ଦୁର୍ବୁତ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସରତ କୁମାର ସ୍ଵାଇଁ ଚେମ୍ବର ର କବାଟ ଭାଙ୍ଗି ସିସିଟିଭି ଏଲ୍ଏଡି ମନିଟର ଦୁଇ ଗୋଟି ଏବଂ ଦୁଇଗୋଟି ଆଲମାରୀ ଭାଙ୍ଗି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନେଇ ଥିବା ନେଇ ଗୋଲାମୁଣ୍ଡା ଥାନା ରେ ଲିଖିତ ଏତଲା ଦେଇଥିବା ଜଣାଯାଇଛି । ସେହିଭଳି ଗୋଲାମୁଣ୍ଡା ନାଏକ ପଡ଼ା ସ୍କୁଲରେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ର କବାଟ ଭାଙ୍ଗି ଥିବା ସୁଚନା ମିଳିଅଛି ।ସେହିବଭି କିଛି ଦିନ ପୂର୍ବେ ଖଳିଆକାନୀ ଗ୍ରାମର ଆନନ୍ଦ ମେହେର (୩୫) ଙ୍କ ଘରୁ ଏକ ବଡ଼ଧରଣର ଲୁଟ୍ ହୋଇଥିଲା। ୨୧/୦୫/୨୦୨୬ ରାତି ପ୍ରାୟ ୧୧ଟା ସମୟରେ ଆନନ୍ଦଙ୍କ ପରିବାର ରାତ୍ରିଭୋଜନ ସାରି ଶୋଇପଡିଥିଲେ। ଭୋର ପ୍ରାୟ ୪ଟା ସମୟରେ ତାଙ୍କ ମାଆ ଉଠି ଦେଖିବା ବେଳକୁ ଘରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଘର ଭିତରକୁ ଯାଇ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ବ୍ୟବହାର କରାଯାଉଥିବା ପ୍ରାୟ ୩୦ ଭରି ସୁନା ଗହଣା ଏବଂ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଚୋରମାନେ ଗହଣା ନେଇସାରିବା ପରେ ଖାଲି ଡବାଗୁଡିକୁ ଘର ପାଖରେ ଥିବା ଶୌଚାଳୟ ନିକଟରେ ଫିଙ୍ଗି ଦେଇ ପଳାଇଛନ୍ତି। ଏ ନେଇ ଆନନ୍ଦ ମେହେର ଗୋଲାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ତେବେ ଗୋଲାମୁଣ୍ଡା ଅଞ୍ଚଳରେ ଏଭଳି ଘଟଣା ନୂଆ ନୁହେଁ। ଗତ କିଛି ଦିନ ତଳେ ଗୋଲାମୁଣ୍ଡାର ଜିମୁତ ବାହାନ ହରପାଳ ଙ୍କ ଘରେ ମଧ୍ୟ ଚୋରମାନେ ଝରକା ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ସେହିପରି ଏହି ଥାନା ଅନ୍ତର୍ଗତ ସାରସଗୁଡା ଗ୍ରାମରେ ମଧ୍ୟ ଏକ ଚାଞ୍ଚଲ୍ୟକର ଡକାୟତି ଘଟିଥିଲା। ସେଠାକାର ବାସିନ୍ଦା ନିରଞ୍ଜନ ଅଘରିଆଙ୍କ ଘରେ ଦୁର୍ବୃତ୍ତମାନେ କଳାକାନା ବୁଲାଇ ନଗଦ ୨ ଲକ୍ଷ ଟଙ୍କା, ୨ ଭରି ସୁନା, ୫୦ ଭରି ରୁପା ସମେତ ୩୫୦୦ ଟଙ୍କାର ଖୁଚୁରା ପଇସା ଲୁଟି ନେଇଥିଲେ।ଏକାଧିକ ଗ୍ରାମରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜନ ସାଧାରଣ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।”ସମଗ୍ର ଅଞ୍ଚଳ ପାଇଁ ଥାନାରେ ମାତ୍ର ଦୁଇଗୋଟି ସରକାରୀ ଗାଡ଼ି ରହିଛି। ଅଞ୍ଚଳର ବ୍ୟାପକତା ଯୋଗୁଁ ଏହି ଦୁଇଟି ଗାଡ଼ି ସାହାଯ୍ୟରେ ସବୁ ସ୍ଥାନକୁ ସମାନ ଭାବେ ପାଟ୍ରୋଲିଂ କଭର କରିବା ସମ୍ଭବପର ହେଉନାହିଁ।” ତେବେ ଏହି ସୀମିତ ସମ୍ବଳ ମଧ୍ୟରେ ବି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂକୁ ସୁଦୃଢ଼ କରିବା ପାଇଁ ସର୍ବୋତ୍ତମ ଚେଷ୍ଟା ଜାରି ରହିଛି ବୋଲି ଗୋଲାମୁଣ୍ଡା ଥାନାଧିକାରୀ ଯଶୋବନ୍ତ ସେଲମା ସୂଚନା ଦେଇଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଚାରି ବର୍ଷର ଝିଅକୁ ଧର୍ଷଣ କରି ମାରିଦେଇ ଜଙ୍ଗଲରେ ଫିଙ୍ଗି ଦେଲା ଯୁବକ

masiha

ତୁମୁସିଙ୍ଗା ଅଞ୍ଚଳରେ କଳା ପଲସର ଆତଙ୍କ ! ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୮୦,୦୦୦ ଟଙ୍କା ଲୁଟ

Sunil Chandra Nayak

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଓ, ଜଣେ କୋର୍ଟ ଚାଲାଣ

masiha

Leave a Comment

error: Content is protected !!