ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱନମ ୱାଞ୍ଚୁ ଙ୍କ ସମର୍ଥନରେ ରାଉରକେଲା ରେ ଆଇନଜୀବୀ ଙ୍କ ବିକ୍ଷୋଭ

ସ୍ୱନମ ୱାଞ୍ଚୁ ଙ୍କ ସମର୍ଥନରେ ରାଉରକେଲା ରେ ଆଇନଜୀବୀ ଙ୍କ ବିକ୍ଷୋଭ

ରାଉରକେଲା : ବିଶିଷ୍ଟ ଶିକ୍ଷାବିତ୍, ପରିବେଶବିତ୍, ବିଶିଷ୍ଟ ପରିବେଷ ବୈଜ୍ଞାନିକ ସ୍ୱନମ ୱାଂଚୁ ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦୀର୍ଘ୍ ୧୯ ଦିନ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଲ୍ଲୀ ର ଯନ୍ତ୍ରର ମନ୍ତ୍ରର ଠାରେ ଆମରଣ ଅନଶନ ଚଳାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ତାଙ୍କର ଦାବି ପ୍ରତି କର୍ଣ୍ଣପାତ ନ କରି ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ବୋଲି ଆଇନଜୀବୀ ମାନେ ମତ ପୋଷଣ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରିତ୍ଵ କାଳ ରେ ମେଡିକାଲ୍ ପ୍ରବେଶିକା ପରୀକ୍ଷା , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତଥା ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ବାରମ୍ବାର ଲିକ୍ ହେବା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ତାହା ସହ ଦେଶର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ନୂତନ ଶିକ୍ଷା ନୀତି ନାମରେ ଦେଶର ଶିକ୍ଷା ବ୍ୟବସ୍ଥା କୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଛି। ଶିକ୍ଷା ବ୍ୟବସ୍ଥା ର ସଂସ୍କାର, ଶିକ୍ଷା କୁ ସାର୍ବଜନୀନ କରଣ କରିବା ତଥା ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଚାଲିଥିବା ଆମରଣ ଅନଶନ କୁ ସମର୍ଥନ କରି ଶୁକ୍ରବାର ଉଦିତ ନଗର ସ୍ଥିତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସମ୍ମୁଖ ରେ ଭାରତୀୟ ଆଇନଜୀବୀ ସଂଘ ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସଦାନନ୍ଦ ସାହୁ ଓ ଭାରତୀୟ ଆଇନଜୀବୀ ୟୁନିଅନ ର ଜିଲ୍ଲା ସମ୍ପାଦକ ରାଜକିଶୋର ପ୍ରଧାନ ଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଅନୁଷ୍ଟିତ ହୋଇଯାଇଛି। ଆଇ, ଏ, ଏଲ ,ର ରାଉଲକେଲା ଶାଖା ର ସଭାପତି ଆଇନଜୀବୀ ପି କେ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଭୟ ନେତୃତ୍ୱ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରିଥିଲେ । ତୁରନ୍ତ ସରକାର ସ୍ୱନମ ୱଂ।ଚୁ ଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ସୁସ୍ମିତା ମ।ହଲା, ଶାନ୍ତନୁ ଦାସ , ଚନ୍ଦ୍ରଭାନୁ ଦାସ ପ୍ରମୁଖ ବକ୍ତବ୍ୟ ଦେଇ ଶିକ୍ଷା ବ୍ୟବସ୍ଥା ର ସଂସ୍କାର ଜରୁରୀ ଓ ବାରମ୍ବାର ପ୍ରଶ୍ନ ପତ୍ର ପ୍ରଘଟ ଦ୍ୱାରା ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ନନ୍ଦ, ରାଜା ମୁନ୍ନା, ପ୍ରମୋଦ ବାରିକ୍, ଲକ୍ଷ୍ମୀ ମାଝୀ, ଯମୁନା କିଶାନ, ପୁରୁଷୋତ୍ତମ କୁମ୍ଭାର, ସନ୍ତୋଷ ବିଶ୍ୱାଳ ବିଦ୍ୟାନନ୍ଦ ପ୍ରଧାନ, ସଞ୍ଜୟ ବେହେରା ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

Sunil Chandra Nayak

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ ଶରୀର ଫେରିଛି

masiha

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

masiha

Leave a Comment

error: Content is protected !!