ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

 ରାଉରକେଲା: ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତରଫରୁ ତର୍କରା ସ୍ଥିତ ବିଦ୍ୟୁତ କଲୋନୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସଂଯୋଜନା ଓ ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସାମ୍ବାଦିକ ରଞ୍ଜିତ କୁମାର ବୋଷ, ଓଷ୍ଠା ର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଶିକ୍ଷାବିତ ସନ୍ତୋଷ କୁମାର ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ଓ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅନିଲ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହ ବୃକ୍ଷ ରୋପଣ ର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିରେ ଜଣେ ବୟସ୍କ ବ୍ୟକ୍ତି ସାଧାରଣତଃ ୫୪୦ ଲିଟର ଅମ୍ଳଜାନ ଗ୍ରହଣ କରୁଥିବା ବେଳେ ଗୋଟିଏ ପ୍ରାପ୍ତବୟସ୍କ ଗଛ ଟିଏ ୨୭୦ ଲିଟର ଅମ୍ଳଜାନ ପ୍ରଦାନ କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଇଟି ଗଛର ଆବଶ୍ୟକତା ପଡୁଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ନାଗରିକ ବୃକ୍ଷ ରୋପଣ କରିବା ଓ ଅନ୍ୟମାନଙ୍କୁ ଏଦିଗରେ ପ୍ରୋତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ। ନଚେତ୍ ଆଗାମୀ ଦିନରେ ଅମ୍ଳଜାନ ଥଳି ଧରି ବୁଲିବା ପାଇଁ ସତର୍କ କରାଇଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରା ରୋପଣ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀମତୀ ପଟ୍ଟନାୟକ ବୃକ୍ଷ ସମ୍ପର୍କୀତ ଏକ କବିତା ପାଠ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ବାଇଁ, ସୁରେନ୍ଦ୍ର କୁମାର ଦେବତା, ବନାନୀ ରାଉତ, ଗଦାଧର ମିଶ୍ର, ସନ୍ତୋଷ କୁମାର ସ୍ବାଇଁ, ରଞ୍ଜନ ଆଚାର୍ଯ୍ୟ, ନୀତି ମୁଣ୍ଡା,ତୁଳା ମୁଣ୍ଡା,ପ୍ରତାପ ମାହାନ୍ତ, ପ୍ରଦୀପ ମାହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

“ସୁବର୍ଣ୍ଣରେଖା”ର ବାର୍ଷିକ ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାରୀ କମିଟି ଗଠନ

masiha

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ୩୮ ତମ ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!