ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୭ ଲିଟର ଦେଶୀ ହାତରନ୍ଧା ମଦ ଜବତ, ଜଣେ ଗିରଫ

୧୭ ଲିଟର ଦେଶୀ ହାତରନ୍ଧା ମଦ ଜବତ, ଜଣେ ଗିରଫ

ଧର୍ମଗଡ଼: ଧର୍ମଗଡ଼ ଅବକାରୀ ଥାନା ଅନ୍ତର୍ଗତ ବୁଢ଼ୀମୁଣ୍ଡା କେନାଲ ରାସ୍ତା ଦେଇ ଦେଶୀ ହାତରନ୍ଧା ମଦ ଚାଲାଣ ହେଉଥିବା ବେଳେ ଧର୍ମଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୭ ଲିଟର ଦେଶୀ ହାତରନ୍ଧା ମଦ ଏବଂ ମଦ ପରିବହନରେ ବ୍ୟବହୃତ ଓଡି ୦୮ ଜେଡ ୬୯୦୭ ନମ୍ବର ବିଶିଷ୍ଟ ସ୍କୁଟି ଜବତ କରିଛନ୍ତି। ଗିରଫ ଯୁବକ ହେଲେ ଧର୍ମଗଡ ଥାନା ତେନ୍ତୁଳିପଡା ର ସୋମ୍ୟରଞ୍ଜନ ନିଆଲ (୧୯)। ଅବକାରୀ ଆଇନ ଅନୁଯାୟୀ ୩୯/୨୬-୨୭ ରେ ଏକ ମାମଲା ରୁଜୁ କରାଯାଇ ପଚରା ଉଚୁରା ପରେ ଅଭିଯୁକ୍ତଙ୍କୁ ଧର୍ମଗଡ କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ଼ ଅବକାରୀ ଅଧିକାରୀ ଶ୍ରୀ ଅରୁଣ କୁମାର ଯୋଶୀ ସୂଚନା ଦେଇଛନ୍ତି ।ଚଢ଼ାଓ ସମୟରେ ଅବକାରୀ ଅଧିକାରୀ ଶ୍ରୀ ଯୋଶୀ ସମେତ, ଅବକାରୀ ସବ୍-ଇନ୍ସପେକ୍ଟର ପ୍ରତିମା ବେହେରା, କନେଷ୍ଟବଳ ଯଶୋବନ୍ତି ଭୋଇ, କର୍ଣ୍ଣ ବାଗ ଓ ରବି ନାଗ ପ୍ରମୁଖ ସାମିଲ ଥିଲେ। ଅବୈଧ ମଦ କାରବାରକୁ ରୋକିବା ପାଇଁ ଆଗାମୀ ଦିନରେ ଏଭଳି ଚଢ଼ାଉ ଓ କଡ଼ା ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାସୋଳ ପୋଲିସର ଦବଙ୍ଗ ଗିରି : ହତୋତ୍ସାହିତ ଅଭିଯୋଗକାରୀ

ଡ୍ରଗ୍ସ କାରବାର କରୁଥିବା ୩ ଜଣ ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍ ପୁଲିସ୍

masiha

ଜମିବାଡ଼ିକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଦୁଇ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର; ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!