ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ବାଙ୍କି–ଚାରପାଣି ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

ବଡ଼ବାଙ୍କି–ଚାରପାଣି ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କିରୁ ଚାରପାଣି ଦେଇ ପଡୋଶୀ ଜିଲ୍ଲା ନୂଆପଡ଼ା,କଳାହାଣ୍ଡି, ଭବାନୀପାଟଣା,ପଡୋଶୀ ରାଜ୍ୟ ଛତିଶଗଡ ରାୟପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବର୍ଷା ଦିନରେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ପାଣି ଜମି ରହୁଥିବାରୁ ଯାତାୟାତରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ,କଲେଜ ଛାତ୍ରଛାତ୍ରୀ,ଚାଷୀ,ବ୍ୟବସାୟୀ ଓ ସାଧାରଣ ଲୋକ ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ଦୁରବସ୍ଥା ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ି ଚାଲିଛି। ବିଶେଷ କରି ଦୁଇଚକିଆ ଯାନ ଚାଳକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ଲୋକମାନେ ବାରମ୍ବାର ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ମରାମତି କାମ ହୋଇନାହିଁ। ତେଣୁ ଶୀଘ୍ର ରାସ୍ତାର ମରାମତି କରାଯାଇ ସାଧାରଣ ଲୋକଙ୍କ ଯାତାୟାତ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ଅନ୍ତର୍ଗତ  ନବରଂଗପୁର ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶନ 

masiha

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ମୟୂରଭଞ୍ଜ ଏସଏସଡି ବିଦ୍ୟାଳୟ ଅଧିନସ୍ଥ ରୋଷେୟା ଏବଂ ସେବାୟତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!