ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକରେ ପ୍ରଶାସନ ଓ ଜନତା ତରଫରୁ ଭବ୍ୟ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

ଗୋଲାମୁଣ୍ଡା ବ୍ଲକରେ ପ୍ରଶାସନ ଓ ଜନତା ତରଫରୁ ଭବ୍ୟ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

ଜୁନାଗଡ଼(ମ ନି ସ):-ଦେଶପ୍ରେମର ଭାବନା ଏବଂ ଜାତୀୟତା ବୋଧକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ଓ ଜନତା ଙ୍କ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବ୍ୟାପକ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ବାଇକ ଆରୋହୀ ଏବଂ ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇଥିଲେ। ହାତରେ ଜାତୀୟ ପତାକା ଏବଂ ମୁଖରେ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ବାଇକ ଆରୋହୀମାନେ ସାରା ପରିବେଶକୁ ଦେଶପ୍ରେମର ରଙ୍ଗରେ ରଙ୍ଗେଇ ଦେଇଥିଲେ। ଏହି ବିଶାଳ ବାଇକ ଶୋଭାଯାତ୍ରାଟି ଗୋଲାମୁଣ୍ଡା ସଦର ମହକୁମାରୁ ବାହାରି ବୃନ୍ଦାବାହାଲ ଦେଇ କେଗାଁ ପର୍ଯ୍ୟନ୍ତ ଦୀର୍ଘ ପଥ ଅତିକ୍ରମ କରିଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଲୋକମାନେ ଠିଆ ହୋଇ ରାଲିକୁ ସ୍ୱାଗତ କରିବା ସହ ଆରୋହୀମାନଙ୍କର ଉତ୍ସାହ ବଢ଼ାଇଥିଲେ। ପ୍ରଶାସନର ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଏକ ଅପୂର୍ବ ଜାଗରଣ ସୃଷ୍ଟି କରିଛି।ଏହି ସ୍ୱତନ୍ତ୍ର ଏବଂ ଗୌରବମୟ ଅବସରରେ ରାଜ୍ୟ ବିଜେପି ଯୁବ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ରାଉତ, ତହସିଲଦାର ଚନ୍ଦନ ନାୟକ ଏବଂ ଏବିଡ଼ିଓ ବିଜୟ କୁମାର ନାୟକ, ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ଶେଳମା ପ୍ରମୁଖ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହ ନେତୃତ୍ୱ ନେଇଥିଲେ। ଜନସାଧାରଣଙ୍କ ମଧ୍ୟରେ ଜାତୀୟ ପତାକା ପ୍ରତି ସମ୍ମାନ ଏବଂ ଏକତା ବଜାୟ ରଖିବା ପାଇଁ ପ୍ରଶାସନିକ ଅଧିକାରୀମାନେ ନିଜ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ। ଏଥିସହିତ ସମାଜର ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ମନୋଜ କୁମାର ମେହେର,ପୂର୍ବତନ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ବୈଶାଖୁ କେତକୀ, ଜୟନ୍ତ ସିଂ, ପ୍ରସନ୍ନ ରାଉତ,ପ୍ରମୋଦ ପ୍ରଧାନ,ଭାଗ୍ୟବାନ ବାଗ, ଜୟ କୃଷ୍ଣ ସାହୁ,ମନୋଜ ଅଗ୍ରୱାଲ, ଅନନ୍ତରାମ ବେହେରା,ଜନକ ସା, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତ, ପ୍ରସନ୍ନ ରାଉତ, ମାଣିକ୍ୟ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ରାଲି ସମୟରେ ବୃନ୍ଦାବାହାଲ ଛକ ଠାରେ ସହିଦ ବିଜେନ୍ଦ୍ର ନାଥ ରାଉତ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ,ଶେଷରେ କେଗାଁ ଠାରେ ସମସ୍ତ ଅତିଥି ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇ ଶୋଭାଯାତ୍ରାର ସଫଳ ସମାପ୍ତି ଘଟିଥିଲା।

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଦେଶର ପ୍ରଥମ ସିନ୍ଥେଟିକ ରାସ୍ତା କାମାକ୍ଷାନଗରରେ 

masiha

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

Leave a Comment

error: Content is protected !!