ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ପୁରୁଷ ପିତାମ୍ବର ଦାସଙ୍କୁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଶତାୟୁ ପୁରୁଷ ପିତାମ୍ବର ଦାସଙ୍କୁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଜଳେଶ୍ଵର,୨୬/୯(ମନିସ)-ଜଳେଶ୍ବର ସହରର ଶାନ୍ତିଆ ଗ୍ରାମର ଶତାୟୁ ପୁରୁଷ ପିତାମ୍ବର ଦାସ (୧୦୦) ଗତ କାଲି ରାତି ୨ଟା ୩୦ମିନିଟ ସମୟରେ ପରଲୋକ ଗମନ କରିଛନ୍ତି । ମୃତ୍ଯୁ ଶଯ୍ଯା ପାଖରେ ତାଙ୍କର ସହଧର୍ମିଣୀ ବାସନ୍ତୀ ଦାସ, ଜ୍ଯେଷ୍ଠ ପୁତ୍ର ଭାସ୍କର ଦାସ,କନିଷ୍ଠ ପୁତ୍ର ଭାଗବତ ଦାସ , ଦୁଇ ପୁତ୍ର ବଧୁ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଦସ୍ଯ ସ୍ବର୍ଗତ ଦାସଙ୍କର ମୃତ୍ୟୁର ଖବର ପାଇ ମଞ୍ଚର କାର୍ଯ୍ଯକାରୀ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର, ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି,ସହ ସମ୍ପାଦକ ଇଂ ଶ୍ରୀମନ୍ତ କୁମାର ଘୋଷ ,କୋଷାଧ୍ୟକ୍ଷ ସିଦ୍ଧେଶ୍ବର ପାଣିଗ୍ରାହୀ,ବରିଷ୍ଠ ସଦସ୍ଯ ଦିଲ୍ଲୀପ କୁମାର ଗିରି, ଗ୍ରାମ୍ଯ କମିଟିର ସଭାପତି ସିତାଂଶୁ ରଞ୍ଜନ ସେନାପତି,ଅନନ୍ତ କୁମାର ଦତ୍ତ, ପୁରେନ୍ଦ୍ର ସେନାପତି,ନିତ୍ୟାନନ୍ଦ ଜେନା ପ୍ରମୁଖ ସ୍ବର୍ଗତ ଦାସଙ୍କର ବାସଭବନରେ ଉପସ୍ଥିତ ହୋଇ ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କୁ ପୁଷ୍ପମାଲ୍ଯ ଅର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

DRM Inaugurates New Facility at Ultra Washtex Pvt. Ltd.

Sunil Chandra Nayak

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

masiha

ଜାତୀୟ ଉପଭୋକ୍ତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!