ସାନଚେରଗାଁ ଠାରେ ମା ବସ୍ତରେଣିଙ୍କ ଛତର ଯାତ୍ରା ପାଳିତ
ଜୁନାଗଡ଼ (ମ ନି ସ):କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମରେ ବହୁ ଆଡମ୍ବର ସହିତ ମା ବସ୍ତରେଣିଙ୍କ ଛତର ଯାତ୍ରା ପାଳିତ ହୋଇଯାଇଛି । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପରି ଏଠାରେ ବି ପାଳିତ ହୋଇଛି । ମା ବସ୍ତରେଣିଙ୍କ ଛତର ଦିନ ୧ ଘଟିକାରୁ ବାହାରି ଗ୍ରାମର ସମସ୍ତଙ୍କ ଘର ଘର ବୁଲି ପୂଜା ପାଇଥିଲେ । ପୂର୍ବପୁରୁଷମାନଙ୍କ କହିବା ଅନୁଯାଇ ଦେବୀଙ୍କୁ ବନ୍ଦାପଣା କରି ନିଜ ନିଜର ଦୁଃଖ ଜଣାଇଲେ ସମସ୍ତ ଭକ୍ତ ବୃଦ୍ଧଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ହଜାର ହଜାର ସଂଖ୍ୟାରେ ଭକ୍ତମାନେ ରୁଣ୍ଡ ହୋଇ ମାଙ୍କୁ ମୁଣ୍ଡିଆ ମାରି ନିଜ ନିଜ ଦୁଃଖ ଜଣାଇଥିଲେ । ଏହି ଯାତ୍ରାରେ ୮ ଗୋଟି ସଂସ୍କୃତିକ କାର୍ଯ୍ୟକ୍ରମ ଯଥା କଳାହାଣ୍ଡି ବୀର ବାଦ୍ୟ ଘୁମୁରା,ଘଣ୍ଟନାଦ,ମାଦଲ, ଢାବ, ଦୂଲଦୁଲି, ମହାକାଳ ଗ୍ରୁପ, ସମ୍ବଲପୁରୀ ମେଲୋଡି ସହିତ ଅନେକ ପୁରୁଣା ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମା ଙ୍କ ଛତର ଯାତ୍ରା ପାଳିତ ହୋଇଥିଲା । କେଗାଁ ପୋଲିସ ପ୍ରଶାସନ ଛତର ଯାତ୍ରାରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲା । ଛତର ଯାତ୍ରା ଗ୍ରାମର ପରିଚାଳନା କମିଟିର ମାଧ୍ୟମରେ ଆୟୋଜିତ ହୋଇଥିଲା । କମିଟିରେ ସଭାପତି ଶ୍ରୀନିବାସ ଦାସ,ସମ୍ପାଦକ ଧନଞ୍ଜୟ ବାଗ କୋଷଧ୍ୟକ୍ଷ ସୁନୀଲ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଗ୍ରାମର ସମସ୍ତ ବୁଦ୍ଧିଜୀବି ଓ ଯୁବ ଗୋଷ୍ଠି ସହଯୋଗ କରିଥିଲେ । ଏଥିରେ ବିଜେପି ମନୋଜ ମେହେର ଆଉ ବିନ୍ଦୁ ମହାନନ୍ଦ ବ୍ଲକ ଅଧ୍ୟକ୍ଷ ଯୋଗ ଦେଇ ଥିଲେ।
ଜଗଜ୍ଜିବନ ସାଙ୍କ ରିପୋର୍ଟ

